pakka

ଦେଓଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ବିଭିନ୍ନ ବ୍ୟାପକ ଯୋଜନା କରିଥିଲେ ମଧ୍ୟ ଏହି ସବୁ ଯୋଜନା ଦେଓଗାଁ ଅଞ୍ଚଳରେ କାର୍ୟ୍ୟକାରୀ ହୋଇପାରୁ ନାହିଁ । ଫଳରେ ଦେଓଗାଁ ବସ୍ତି ମଧ୍ୟରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଛି । ଦେଓଗାଁ କଛାରପାଲି ଗାଁ ମୁଣ୍ଡରେ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଏନଏଚ କଡ଼ରେ ଥିବା ଡ୍ରେନର ସିମେଣ୍ଟ ପ୍ଲେଟ ଫାଟି ଯାଇଥିବାରୁ ଯିବା ଆସିବା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଏନଏଚରୁ ସାହୁପଡ଼ା ଛକକୁ ଯିବା ବେଳେ କ୍ଳବ୍ ଛକ ନିକଟରେ ଥିବା ହମ୍ପସରେ ଖାଲ ହୋଇଥିବାରୁ ସବୁବେଳେ ପାଣି ଜମି ରହିଛି । ଏହି ଛକରେ ରାସ୍ତାର ଅନ୍ୟପଟେ ବହୁଳ ଭାବେ ଅଳିଆ ଆବର୍ଜ୍ଜନା ପଡିଛି । ସ୍ଥାନୀୟ ଶିବ ମନ୍ଦିର ଏବଂ ଯୋଗୀସାଗରକୁ ଯିବା ବାଟ ଏବେ ଆବର୍ଜନା କୁଣ୍ଡ ପରି ବ୍ୟବହାର କରାଯାଉଛି । ଏଠାରେ ବହୁତ ପଲିଥିନ୍ ସହ ଅଖା ବସ୍ତା ଓ ଅଳିଆ ଆବର୍ଜ୍ଜନା ପଡିରହିଛି । ହେଲେ କାଗଜ କଲମରେ ଭିନ୍ନ ଅଭିଯାନ କରି ବିଲ ଭଉଚର୍ କରି ଟଙ୍କା ହଡ଼ପ କରୁଥିବା ନେଇ ମଧ୍ୟ ଅଞ୍ଚଳରେ ଲୋକେ ଆଲୋଚନା କରୁଛନ୍ତି । ଯଦି ମାସକୁ ଥରେ ଲେଖାଏଁ ଏହି ସବୁ ସ୍ଥାନମାନଙ୍କରେ ପଞ୍ଚାୟତ ତରଫରୁ ସଫା କରନ୍ତେ ତାହା ହେଲେ ଗାଁକୁ ସ୍ୱଚ୍ଛ ଓ ପଲିଥିନ ମୁକ୍ତ କରିବାରେ କିଛି ଟା ସାହାଯ୍ୟ ହୁଅନ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କାଗଜ କଲମରେ ନ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ଧ୍ୟାନ ଦେଇ ଦେଓଗାଁ ବସ୍ତିକୁ ସଫା ସୁତୁରା କରି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

fifteen + three =