pakka

ଓସିଏସ୍‌ ପରୀକ୍ଷା ଫଳ ପ୍ରକାଶ

bbehera

କଟକ : ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)- ୨୦୨୦ର ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ରହିଛନ୍ତି । ତେବେ ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା ଫଳ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଦେଖିପାରିବେ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କର ରୋଲ୍‌ ନମ୍ବର ଓପିଏସ୍‌ସି ୱେବ୍‌ସାଇଟରେ ରହିଛି । ଆସନ୍ତା ୧୯ ତାରିଖଠାରୁ ଓପିଏସ୍‌ସି କାର୍ଯ୍ୟାଳୟରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ସାକ୍ଷାତକାର ପ୍ରକ୍ରିୟା ହେବ । ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସୂଚୀ ଖୁବ୍‌ଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀମାନଙ୍କୁ ଅବଗତ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

17 − 6 =