
ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ୨୦ରୁ ୨୩ ସେପ୍ଟେମ୍ୱର, ୨୦୨୫ ପର୍ଯ୍ୟନ୍ତ ରାଷ୍ଟ୍ରଭାଷା ପ୍ରଚାର ସମିତି, ୱର୍ଦ୍ଧା ଅନ୍ତର୍ଗତ ରାଷ୍ଟ୍ରଭାଷା ପ୍ରାଥମିକ, ପ୍ରାରମ୍ଭିକ, ପ୍ରବେଶ, ପରିଚୟ, କୋବିଦ ଓ ରତ୍ନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ଓ ଆଖପାଖ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରୁ ୧୩୬ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ସମସ୍ତ ପରୀକ୍ଷା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ବୋଲି ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ଡ. ଜଗନ୍ନାଥ ଦାଶ ଜଣାଇଛନ୍ତି ।