pakka

ଐତିହାସିକ ପୋତାଗଡ଼ ପରିଦର୍ଶନ କଲେ ଜିଲ୍ଲାପାଳ : ବିଶ୍ରାମାଗାର ଓ ଶୌଚାଳୟ ଉପରେ ଗୁରୁତ୍ୱାରୋପ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଅପରାହ୍ନରେ ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରିଥିଲେ । ଉପଜିଲ୍ଲାପାଳ ନୀଳମାଧବ ଭୋଇ, ତହସିଲଦାର ଅରୁଣ କୁମାର ନାୟକ, ଏନଏସି ଇଓ ରୋନିତ କୁମାର, ଗ୍ରାସୀମ ଲୋକ ସମ୍ପର୍କ ସୂଚନା ଅଧିକାରୀ ହେଡ଼ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରୀମାନଙ୍କ ଭ୍ରମଣ ନିମନ୍ତେ ଗଞ୍ଜାମ ଦର୍ଶନ ସିଟି ବସ ଚଳାଚଳ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି । ଏଥିପାଇଁ ଏହି ଐତିହାସିକ ପୋତାଗଡ଼ଠାରେ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନିମନ୍ତେ ଜିଲ୍ଲାପାଳ ପ୍ରାଥମିକତା ଦେଇଛନ୍ତି । ସଫା ସୁତାର ରଖିବାକୁ ଚାରୋଟି ଘାସକଟା ମେସିନଦ୍ୱାରା ସବୁଦିନ ସଫେଇ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବୋଟିଂ କ୍ଳବ, ଶିଶୁ ଉଦ୍ୟାନ, ବରିଷ୍ଠ ନାଗରିକମାନଙ୍କ ପ୍ରାତଃ ଭ୍ରମଣ ପାଇଁ ସମସ୍ତ ସୁବିଧା, ଅତ୍ୟାଧୁନିକ ଆଲୋକିକରଣ ଆଦି ନିର୍ମାଣ କାର୍ଯ୍ୟପାଇଁ ଖୁବ ଶୀଘ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ସେ ଦାୟିତ୍ୱ ନିଜେ ଜିଲ୍ଲାପାଳ ନେବେ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଦର୍ଶନରେ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ ଅନ୍ତର୍ଭୁକ୍ତ ଥିବା ଯୋଗୁ ସ୍ଥାନୀୟ ଅଂଚଳବାସୀ ଜିଲ୍ଲାପାଳଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏଥିସହ ପାଣିପାଗ ବିଭାଗ ଆଗୁଆ ସୂଚନା ଅନୁଯାୟୀ ୪, ୫ ତାରିଖରେ ହେବାକୁ ଥିବା ବାତ୍ୟାକୁ କିପରି ମୁକାବିଲା କରିପାରିବା ସେ ନେଇ ସ୍ଥାନୀୟ ଅଂଚଳର ଯୁବ ବ୍ୟକ୍ତିତ୍ୱ ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ମନୋଜ କୁମାର ପ୍ରଧାନଙ୍କ ସହ ଉପଜିଲ୍ଲାପାଳ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

four + 20 =

error: Content is protected !!