csstore

ଜିଲ୍ଲାପାଳଙ୍କ ଅଚାନକ ୫-ଟି ହାଇସ୍କୁଲ ଓ ପିଏଚ୍‌ସି ପରିଦର୍ଶନ

ମୁରିବାହାଲ, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣା ଶୁକ୍ରବାର ମୁରିବାହାଲ ବ୍ଲକର ୫-ଟିରେ ରୂପାନ୍ତରିତ ୩ଟି ହାଇସ୍କୁଲ ଓ ଗୁଡିଘାଟ ପିଏଚ୍‌ସିକୁ ଅଚାନକ ପରିଦର୍ଶନ କରିଛନ୍ତି । ଇଚ୍ଛାପଡା ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ, ଗୁଡିଘାଟ ମୁକୁନ୍ଦିଲାଲ୍‌ ଅଗ୍ରୱାଲ ହାଇସ୍କୁଲ ଓ କୁର୍ଲୁବାହାଲ ଏମ୍‌ଏଚ୍‌ ମେହେର ହାଇସ୍କୁଲ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କୁ ପଚାରି ବୁଝିଥିଲେ । ଗୁଡିଘାଟ ପିଏଚ୍‌ସି ପହଞ୍ଚି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ତାଙ୍କ ସହିତ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂହ, ବିଡିଓ ପୂର୍ଣ୍ଣନନ୍ଦ ପଟେଲ, ଜିଲ୍ଲା ପରିଷଦ ଉପସଭାପତି ମିଥିଲା ମାଝୀ, ଏଇଇ ଅବିନାଶ ମୁଦି, ବିପିଏମ୍‌ ଗୋପାଳ କୃଷ୍ଣ ଦୀପ, ଇଚ୍ଛାପଡା ସରପଞ୍ଚ, ସୁବାଷିନୀ ବେହେରା, ସମିତି ସଭ୍ୟ ତୋଫାନ ନାଗ, ପିଇଓ ମିଳନ ରାଜପାଳିଆ, ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ, ଜେଇ ଟିଏସ୍‌କେ ପାତ୍ର, ପ୍ରଧାନ ଶିକ୍ଷକ କୋଦଣ୍ଡଧର ପାଢୀ, ରଘୁନାଥ ଗିରି, ଏନ୍‌. ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.