jsm

କ୍ଷୁଦ୍ରଶସ୍ୟ କ୍ଷେତ୍ର ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲା କୃଷି ବିଭାଗ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଓଡିଶା ମିଲେଟ ମିଶନ ତରଫରୁ କରାଯାଉଥିବା କ୍ଷୁଦ୍ରଶସ୍ୟ କୃଷି କ୍ଷେତ୍ରକୁ ବଲାଙ୍ଗିର ଜିଲ୍ଲା କୃଷି ବିଭାଗର ନୋଡାଲ ଅଫିସର ସଦାନନ୍ଦ ନାୟକ, ଗୌନ୍ତିଆ ରଣା ଡ଼ିପିଡ଼ି ଆତ୍ମା, ଡକ୍ଟର ପ୍ରଫୁଲ୍ଲ ଭଞ୍ଜ ଡିଡ଼ିଏଚ୍‌ ବଲାଙ୍ଗିର, ବିଶେଶ୍ୱର ସାହୁ ଏଡ଼ିଓ ପାଟଣାଗଡ଼, ଡମ୍ବୁରୁଧର ମେହେର ବିଏଏଓ, ସୁଜିତ କୁମାର ଭୋଇ ଏଏଓ, ଯୋଶୋବନ୍ତ ନାଏକ ୱାସନ ଜିଲ୍ଲା ସଂଯୋଜକ, ୱାସିଡିଏ ବ୍ଲକ ସଂଯୋଜକ ହେମବତୀ ନନ୍ଦନ ବେହେରା, ଉମେସ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ କୃଷକ ଏବଂ ପ୍ରକଳ୍ପ କର୍ମକର୍ତ୍ତା ସହିତ ଆଲୋଚନା କରି କ୍ଷୁଦ୍ର ଶସ୍ୟ ଉତ୍ପାଦନ ବୃଦ୍ଧି ବିକ୍ରୟ ବ୍ୟବସ୍ଥା ପ୍ରକ୍ରିୟାକରଣ ତଥା ରବି ଋତୁରେ କ୍ଷୁଦ୍ର ଶସ୍ୟ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ମହିଳା ସ୍ୱୟଂ ସହାୟିକା ଦ୍ୱାରା ପ୍ରସ୍ତୁତ ମାଣ୍ଡିଆର ଖାଦ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରନ୍ଦର ବନଛୋର, ଫକୀର ସାହୁ, ବାସନ୍ତୀ ମୁଣ୍ଡା, ସଦାନନ୍ଦ ବାଗ, ଭୋଜରାଜ ବରିହା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.