
ବରଗଡ, (ମୁନ୍ନା ସାହୁ) : ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ବରଗଡ଼ ଏସ୍ପି ଅଫିସରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । । ପାରିବାରିକ ଝଗଡାର କରୁଣ ପରିଣତି । କୋଦାଳରେ ପିଟି ପିଟି ସୁବଳ ପ୍ରଧାନଙ୍କୁ ମାରିଦେଲେ ବାପ ପୁଅ । ସୁବଳ ପ୍ରଧାନ ମର୍ଡର ଘଟଣାର ପର୍ଦ୍ଦାଫାଶ କଲା ବରଗଡ଼ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବରଗଡ଼ ଏସ୍ପି ରବିନ୍ଦ୍ରନାଥ କୁମାର ଶତପଥୀ । ଅଇଁଠାପାଲି ଗ୍ରାମର ସୁବଳ ପ୍ରଧାନଙ୍କୁ କୋଦାଳରେ ପିଟି ପିଟି ହତ୍ୟା କରିଥିଲେ ୨ ଅଭିଯୁକ୍ତ । ୨ ଅଭିଯୁକ୍ତ ଲିପନ ବେହେରା ଏବଂ କ୍ଷିତିପତି ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ ପୋଲିସ । ବାପ ପୁଅ ମିଶି କି ସୁବଳକୁ ହତ୍ୟା କରିଥିବା ସୂଚନା ଦେଲେ ବରଗଡ଼ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ରନାଥ କୁମାର ଶତପଥୀ । ରବିବାର ରାତ୍ରି ୧୦ ଘଣ୍ଟା ସମୟରେ ପିଟି ପଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବରପାଲି ଥାନା କେଶ ନମ୍ବର ୨୨୯ ତାରିଖ ୦୧/୦୬/୨୬ ଅଣ୍ଟର ସେକ୍ସନ ୧୦୩( ୧ )/୩(୫) ବିଏନ୍ଏସ୍ ମାମଲା ରୁଜୁ ହୋଇଛି ।