ଆଜି ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମଙ୍ଗଳବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣ ଷଷ୍ଠୀ ପର୍ବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ହେବ । ଠାକୁର ଶୀତବସ୍ତ୍ର ପରିଧାନ କରିବେ । ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜୀ ସେବକ ଏହି ଘୋଡ଼ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦ ଜିମା ଦେଇଛନ୍ତି । ଏଣୁ ସୋମବାର ଘୋଡ଼ ସବୁ ଅଧିବାସ ହୋଇଛି । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ଶୀତ ବସ୍ତ୍ର ତିଆରି କରାଯାଇଛି । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୁଡ଼ି ୩ଟି, ୭୨ ହାତର ଲମ୍ବା ପଟି ୨ଟି, ୧୬ ହାତ ୪ ପଟିଆ ୪ଟି, ୩ଟି ଥୋଡ଼ ପାହାଡ଼ିଆ, ୧୨ ହାତ ୪ପଟିଆ ୨ଟି, ମୁଦିରଥ ୧ଟି, ଫୁଲଛେଦା ୨ଟି ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ତିଆରି କରାଯାଇଛି । ଏଥିସହ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାଖରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀକା ଓ କାକୁଡ଼ିଖାଇଙ୍କ ପାଇଁ ୧୦ଟି ଘୋଡ଼ ତିଆରି କରାଯାଇଛି ।

Leave A Reply

Your email address will not be published.

4 × 5 =