pakka

ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ଆଇନ ପରାମର୍ଶଦାତା ନିଯୁକ୍ତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବା ଲକ୍ଷ୍ୟରେ ଜିଲ୍ଲାରେ ମୋଟ ୩୬ ଜଣ ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କ୍ରମରେ ଲୋଇସିଂହା ବ୍ଲକ ପାଇଁ ଦିଲ୍ଲୀପ କୁମାର ବେହେରା ଓ ରାଜେନ୍ଦ୍ର ନାଏକ ଏବଂ ଆଗଲପୁର ବ୍ଲକ ପାଇଁ ରମାକାନ୍ତ ନାଏକ ଓ ରମେଶ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ଅନୁସୂଚିତ ଜାତି ତଥା ଜନଜାତିର ଗରିବ ବ୍ୟକ୍ତି ବିଶେଷ ମାଗଣାରେ ଆଇନ ସହାୟତା ପାଇ ଉପକୃତ ହୋଇପାରିବେ ବୋଲି ଲୋଇସିଂହା ଓକିଲ ସଂଘର ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

9 + six =