
ଭୋଗରାଇ, (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁବଳ ଚନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀ ତଥା ଆଦର୍ଶ ଶିକ୍ଷକ ସତ୍ୟରଞ୍ଜନ ପାତ୍ରଙ୍କ ମାତୃଦେବୀ ସ୍ୱର୍ଗତା ସାବିତ୍ରୀ ପାତ୍ରଙ୍କ ଆଜି ସକାଳ ୮.୪୫ ମିନିଟ୍ ସମୟରେ ବାଲେଶ୍ୱରଠାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀମତୀ ପାତ୍ରଙ୍କୁ ୮୨ ବର୍ଷ ହୋଇଥିଲା । ଶ୍ରୀମତୀ ପାତ୍ର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡି଼ତ ହୋଇ ବଡ଼ପୁତ୍ର ଶ୍ରୀପତି ପାତ୍ରଙ୍କ ବାଲେଶ୍ୱରସ୍ଥିତ ବାସଭବନରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଥିଲା । ଶ୍ରୀମତୀ ପାତ୍ର ଜଣେ ଧର୍ମପ୍ରାଣା, ନିଷ୍କପଟ, ଦୟାଳୁ, କର୍ତ୍ତବ୍ୟନିଷ୍ଠା, ପରୋପକାରୀ ମହିଳା ଥିଲେ । ଶ୍ରୀମତୀ ପାତ୍ରଙ୍କ ବିୟୋଗରେ ନୟାପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ହେବା ଖବର ଶୁଣି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାସମଲ, ନୟାପାଲି ଗ୍ରାମ ସଭାପତି ତରୁଣକାନ୍ତି ପାତ୍ର, ସ୍ୱପ୍ନଦୀପ ପତ୍ରିକାର ମୁଖ୍ୟ ତଥା କବି ଡଃ କାଳିକିଙ୍କର ଦାସ, କବି ସୁକୁମାର ଦାସ, ଖରିଦପିପଳ ଗ୍ରାମପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ସମିତି ସଦସ୍ୟା ବିନତୀ ସାହୁ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ କୁମାର ବେହେରା, ରୋଟାରିଆନ ଡଃ. ଶିବନାରାୟଣ ପାତ୍ର, ଯୁବ ଶିକ୍ଷାବିତ୍ ଅରୂପ କୁମାର ପାତ୍ର, ଖରିଦପିପଳ ସେବାସମବାୟ ସମିତିର ନିର୍ଦ୍ଦେଶକ ଆଶୁତୋଷ ମହାନ୍ତି, ଖରିଦପିପଳ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସଂପାଦକ ସୂର୍ଯ୍ୟକାନ୍ତ ଜେନା, ଉତ୍ତର ଭୋଗରାଇ କଳାକାର ସଂଘର ସଭାପତି ଶିବଶଙ୍କର ସେଠୀ, ପ୍ରାକ୍ତନ ନୟାପାଲି ଗ୍ରାମ ସଭାପତି ଶ୍ୟାମସୁନ୍ଦର ଦେ, ହରିଶ୍ଚନ୍ଦ୍ର ଦାସ, ବରିଷ୍ଠ କଳାକାର ପଦ୍ମନାଭ ଦେ, ସମାଜସେବୀ ଗିରିଶ ଚନ୍ଦ୍ର ପାତ୍ର, ଜୟନ୍ତ କୁମାର ଦେ, ହେମନ୍ତ କୁମାର ପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀମତୀ ପାତ୍ରଙ୍କ ବିୟୋଗ ହେବା ଖବର ଶୁଣି ଶେଷ ଦର୍ଶନ ନିମନ୍ତେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ, ପ୍ରିୟ ପରିଜନ ପ୍ରମୁଖ ଉପସ୍ଥିତ ହୋଇ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶ୍ରୀମତୀ ପାତ୍ରଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁତ୍ର ଶ୍ରୀପତୀ, ସାନପୁତ୍ର ଶିକ୍ଷକ ସତ୍ୟରଞ୍ଜନ, ପୁତ୍ରବଧୂ ସୁଲେଖା, ପୁତ୍ରବଧୂ ଶିକ୍ଷୟିତ୍ରୀ ବିଜ୍ଞାନୀପ୍ରଭା, ନାତୁଣୀ ସୁଚିସ୍ମିତା, ନାତି କ୍ରୀଷ୍ଣା, ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ । ଶ୍ରୀମତୀ ପାତ୍ରଙ୍କ ମର ଶରୀରକୁ ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ସାନପୁତ୍ର ଶିକ୍ଷକ ସତ୍ୟରଞ୍ଜନ ବଡ଼ପୁତ୍ର ଶ୍ରୀପତି ମୁଖାଗ୍ନି ଦେଇଥିଲେ ।