
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ସମେତ ଆଖପାଖ ଅଞ୍ଚଳରେ ନିଜର ପ୍ରତିଭାକୁ ନେଇ ପରିଚୟ ସୃଷ୍ଟି କରିଥିବା ଲିଙ୍ଗରାଜ ରାଉତ (୭୫)ଙ୍କ ପରଲୋକ ହୋଇଯାଇଛି । ଛାତ୍ର ଜୀବନରୁ ସଂଗଠନକୁ ଆପଣେଇ ବିଭିନ୍ନ ଅନୁଷ୍ଠାନ ସହ ପରିଚୟ ରଖିଥିବା ସ୍ଵର୍ଗତ ରାଉତ ଜଣେ କ୍ରୀଡାବିତ ଭାବରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ପରିଚୟ ରଖିଥିଲେ । କୃଷି କର୍ମଚାରୀ ଭାବରେ କାର୍ଯ୍ୟରେ ଯୋଗ ଦେବା ପରେ ନିଜର ନିଷ୍ଠାପର ସେବା ପାଇଁ କୃଷକ ମାନଙ୍କ ମଧ୍ୟରେ ବେଶ୍ ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବିୟୋଗ ଖବର ରାଷ୍ଟ୍ର ହେବା ପରେ ଜୟପାଟଣା କିଶୋର ପଡ଼ାସ୍ଥିତ ବାସଭବନରେ ଶହ ଶହ ପରିଜନ, ବୁଦ୍ଧିଜୀବୀ ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଥିଲେ । ରବିବାର ପୂର୍ବାହ୍ନରେ ହାତୀନଦୀ କୂଳରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରଯାଇଥିଲା । ବଡ଼ ପୁଅ ଦୀପକ ଓ ସାନପୁଅ ଯତୀନ ମୁଖଗ୍ନୀ ଦେଇଥିଲେ ।