mahavir

ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବ୍ରହ୍ମାନନ୍ଦ ନାଗଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶ୍ରୀ ନାଗ ଜଣେ ନିଷ୍ଠାବାନ ଓ ଆଦର୍ଶବାଦୀ ଶିକ୍ଷକ ଥିଲେ । ସେ ବୁଢାବାହାଲ ଗ୍ରାମରେ ଦୀର୍ଘ ଦିନ ଧରି ସେବା ଦେଇ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିଲେ । ତାଙ୍କର ଶିକ୍ଷାଦାନ ଶୈଳୀ, ଶିଷ୍ଟାଚାର ଓ ମାନବିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଥିଲା । ତାଙ୍କ ପରଲୋକରେ ଶିକ୍ଷକ ମଣ୍ଡଳୀ, ସମାଜସେବୀ, ପୁରାତନ ଛାତ୍ରଛାତ୍ରୀ, ସହକର୍ମୀବୃନ୍ଦ ଓ ସ୍ଥାନୀୟ ଲୋକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପଛରେ ଧର୍ମପତ୍ନୀ, ଏକ ମାତ୍ର ପୁଅ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଓ ଆଠ ଝିଅ, ନାତି-ନାତୁଣୀ ରହିଛନ୍ତି । ବୁଢାବାହାଲ ଗ୍ରାମରେ ତାଙ୍କର ଶବଦାହ କାର୍ଯ୍ୟ ସମ୍ପନ୍ନ ହେଲା । ନାତି ପ୍ରତ୍ୟୁଷ ନାଗ ମୁଖାଗ୍ନି ଦେଲେ ।

Leave A Reply

Your email address will not be published.