ଧର୍ମପରାୟଣା ମହିଳା ଯମୁନା ମେହେରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ବଜାରପଡ଼ାରେ ରହୁଥିବା ଧର୍ମପରାୟଣା ମହିଳା ଯମୁନା ମେହେରଙ୍କ ଆଜି ଗୁରୁବାର ସକାଳେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତରେ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଭୀଷ୍ମରାଜ ମେହେର, ବୋହୂ ଦମୟନ୍ତୀ ମେହେର, ନାତୁଣୀ ବବି ମେହେର, ଦୁଇ ନାତି ଭୂରିଶ୍ରବା ମେହେର, ଜୟନ୍ତ ମେହେରଙ୍କ ସହ ସମସ୍ତ ପରିବାର, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ଭୀଷ୍ମରାଜ ମେହେର ମୁଖାଗ୍ନି ଦେଇଥିଲେ । ସେ ଜଣେ ଆଧ୍ୟାତ୍ମିକା ମହିଳା ରୂପେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.