pakka

ରୁଗୁଡ଼ିପଡ଼ା ନିବାସୀ ରାଜେନ୍ଦ୍ର ସାହାଣୀଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡ଼ିପଡ଼ାର ଜଣାଶୁଣା ବ୍ୟକ୍ତି ତଥା କରଣ ସମାଜର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ସାହାଣୀଙ୍କ ୭୫ବର୍ଷ ବୟସରେ ଆଜି ୧୨.୩୦ ସମୟରେ ତାଙ୍କ ବାସଭବନରେ ପରଲୋକ ହୋଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ସମୟରେ ସେ ଜଣେ ଜଣାଶୁଣା ଫୁଟବଲ୍ ଖେଳାଳି ଥିଲେ । ତା’ ସହିତ ସେ ଜଣେ ଜଣାଶୁଣା ସମାଜସେବୀ ମଧ୍ୟ ଥିଲେ । ତାଙ୍କର ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀ ରାଧା ରାଣୀ ସାହାଣୀ, ବଡ଼ ପୁଅ କଲ୍ୟାଣ ସାହାଣୀ, ସାନ ପୁଅ ମଳୟ ସାହାଣୀ, ଦୁଇ ପୁତ୍ରବଧୂ ସହିତ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ରୁଗୁଡ଼ିପଡା ତଥା କରଣ ସମାଜରେ ଶୋକର ଛାୟା ଖେଳି ଯାଇଛି । ବିଭୂତିପଡା ଶ୍ମଶାନଠାରେ ତାଙ୍କର ଅନ୍ତିମ କୃତକାର୍ଯ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ବଡ଼ ପୁଅ କଲ୍ୟାଣ ମୁଖଗ୍ନି ଦେଇଥିଲେ ।

Leave A Reply

Your email address will not be published.

3 × one =