ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ୍ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପ୍ରଥମ ଦିନରେ ଖଜୁରୀପଡା, ଫିରିଙ୍ଗିଆ, ଦାରିଙ୍ଗବାଡି, ଦ୍ୱିତୀୟ ଦିନରେ ଦାରିଙ୍ଗବାଡି, କ.ନୂଆଗାଁ ଓ ବାଲିଗୁଡ଼ା ସ୍ଥିତ ଦଣ୍ଡପଦରଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବୁଲି ଦେଖିବା ସହ ତୃତୀୟ ଦିନରେ ରାଇକିଆ ଓ ଜି.ଉଦୟଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫- ଟିରେ ସାମିଲ ପରେ ବିଦ୍ୟାଳୟ ର ଆର୍ଥିକ ସ୍ଥିତି ଶ୍ରେଣୀ କୋଠରି, ବିଜ୍ଞାନ ପରୀକ୍ଷାଗାର, ପାଠାଗାର, ଛାତ୍ରୀ ନିବାସ, ପରିବେଶ ଆଦି ବ୍ୟବସ୍ଥା ବୁଲି ଦେଖିବା ସହ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ କିଭଳି ଛାତ୍ର ଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବ । ବାଲିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲିବା ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଦୁଇ ଜଣିଆ ଟିମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଲୋପାମୁଦ୍ରା ପଣ୍ଡା ଓ ପ୍ରଣବ ଶତପଥି ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ସେଥି ମଧ୍ୟରେ ଫୁଲବାଣୀ ଅଧ୍ୟକ୍ଷ ଆଲୋକ କୁମାର ପଣ୍ଡା, ଚକାପାଦ ଅଧକ୍ଷ ଶ୍ରୀକାନ୍ତ ଖମାରୀ, କୋଟଗଡ ଅଧ୍ୟକ୍ଷ ସ୍ନେହଜିତ ପ୍ରଧାନ, ଭିକାରୀ ବେହେରା ପ୍ରମୁଖ ସାମିଲ ଥିଲେ ।
Prev Post