ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ୨୦୨୨-୨୩ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିଲିବନ୍ଧ ରୋଡଠାରେ ଅବସ୍ଥାପିତ ଛତ୍ରପୁର ରୋଟାରୀ କ୍ଲବ ଶାଖାର ଅଧିଷ୍ଠାନ ଉତ୍ସବ ସଭାନେତ୍ରୀ ଏସ୍. ରେଖା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମାରୋହରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ମୁଖ୍ୟ ତଥା ସମ୍ପାଦକ ପରୋପକାରମଣି ରୋଟାରିଆନ ଏସ. ବିଶ୍ୱନାଥନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସଭାପତି ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସମେତ ତାଙ୍କର ଅନ୍ୟ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼. ବିମଳ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ବାର୍ଷିକୀ ବିବରଣୀ ପ୍ରଦାନ କରିଥିଲେ । ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରିଥିବା ବେଳେ ନବନିର୍ବାଚିତ ସମ୍ପାଦକ ଇ. ନାଗେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସରକାରୀ ଅଧିବକ୍ତା ପଦ୍ମ ଚରଣ ସାହୁ ନୂତନ ସଦସ୍ୟତା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

fourteen + one =

error: Content is protected !!