om academy

ଦୁଇ ବିପ୍ଲବୀଙ୍କ ଜୟନ୍ତୀ ପାଳିତ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ ଦୁଇ ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ତଥା ଦେଶଭକ୍ତ, ଭାରତ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରି ବିନା ଛାତ୍ରଛାତ୍ରୀରେ ବରପୁତ୍ରମାନଙ୍କର ଜନ୍ମ ଦିନକୁ ପାଳନ କରାଯାଇଛି । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଓ ସ୍ୱାଗତିକା ଦାସ ଦେଶାତ୍ମକ ଗୀତ ଗାନ କରିଥିଲେ । ଶିକ୍ଷକ ଆଦିତ୍ୟ ରଣା, ଜୁନିୟର ରେଡକ୍ରସ କାଉନ୍ସିଲର ରାମ ନାରାୟଣ ଦାଶ, ଶିକ୍ଷକ ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ଭାରତୀ ପଧାନ ପ୍ରଭୃତି ଦେଶ ମାତୃକାର ସେବା କରିଥିବା ଜାତୀୟ ବୀରଗଣଙ୍କର ଜୀବନୀ ତଥା ଉତ୍ସର୍ଗୀକୃତ ସେବାକୁ ଗୁଣଗାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ବ୍ରଜମୋହନ ମାଝି, ଦ୍ରୋପଦୀ ଭୋଇ, କାନ୍ତୀ ଭୋଇ, ଯଶୋବନ୍ତି ସୁନା ପ୍ରଭୃତି ଅଂଶଗ୍ରହଣ କରିଥିଲେ । ପୂର୍ବରୁ ସ୍କୁଲର ଶ୍ରେଣୀ କୋଠରୀ ଓ ବିଦ୍ୟାଳୟ ପରିସର ଗୁଡିକୁ ସାନିଟାଇଜ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ କୈବଲ୍ୟ ତରିଆ ପରିଚାଳନା କରିଥିବା ସମୟରେ ଶିକ୍ଷୟିତ୍ରୀ ରେଣୁକା ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

one × two =