oom

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ତାଲୁକା ଆଇନ୍ ସେବା ସମିତି ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ଅତିରିକ୍ତ ଜିଲ୍ଲା ନ୍ୟାୟଧୀଶ ଶ୍ଵେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଆଶିଷ କୁମାର ଚନ୍ଦନ, ଶ୍ରୀମତୀ ପାଣିଗ୍ରାହୀ ତଥା ଉପଖଣ୍ଡ ନ୍ୟାୟିକ ମାଜିଷ୍ଟେଟ ଲୋପାମୁଦ୍ରା ପ୍ରକାଶ, ଉପଖଣ୍ଡ ଚିକିତ୍ସାଧିକାରୀ ହେମନ୍ତ କୁମାର ମେହେର, ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ଯୋଗଦାନ କରି ମାନସିକ ସ୍ଵାସ୍ଥ୍ୟ ସଚେତନତା ଉପରେ ଆଲୋକପାତ କରିଥିଲେ । ଡ଼. ଶ୍ରୀ ମେହେର ମାନସିକ ସ୍ଵାସ୍ଥ୍ୟରେ ଔଷଧ ଠାରୁ ରୋଗୀଙ୍କୁ ଆସ୍ୱାସନାର ଅଧିକ ଆବଶ୍ୟକତା ରହିଛି ବୋଲି କହିଥିଲେ । ପରେ ଏସଡିପିଓ ଶ୍ରୀ ଭୁକ୍ତା ଉପଖଣ୍ଡ ସ୍ତରରେ ମାନସିକ ରୋଗୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଇନ କାନୁନ ଦିଗରେ ଆହୁରି ତର୍ଜମା ହେବା ଉଚିତ ବୋଲି ଅଧିବକ୍ତା ଗଣ ମତବ୍ୟକ୍ତ କରିଥିଲେ । ଆଇନଜୀବୀ ଭକ୍ତରାମ ବାଗ ସଭା ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜର୍ଜ ତଥା ଆଇନ ସେବା ସମିତି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.