pakka

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ କାର୍ଗିଲ ବିଜୟ ଦିବସ ଉତ୍ସବ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ କାର୍ଗିଲ ବିଜୟ ଦିବସ ଉତ୍ସବ ପାଳିତ ହୋଇଯାଇଛି । କାର୍ଗିଲ ବିଜୟ ଦିବସ ଏବଂ ସିଆର୍‌ପିଏଫ୍‌ ବୃଦ୍ଧି ଦିବସ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍‌ନ୍ସିସି ୨ୟ ବାଟାଲିଅନର କର୍ଣ୍ଣଲ ରଂଜନ ଚକ୍ରବତୀ, ବଲାଙ୍ଗିରର ଅତିରିକ୍ତ ଜିଲ୍ଲା ଜଜ୍ ଆନନ୍ଦ ନାରାୟଣ ଲାଗୁରୀ, ଆଞ୍ଚଳିକ ପରିଚାଳକ ଭଜତ ବେହେରା, ଏସବିଆଇ ଏବଂ ସନ୍ତୋଷ କୁମାର ପଣ୍ଡା ସିଡିବିଓ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କମାଣ୍ଡେଣ୍ଟ- ୧୮୯ ବାଟାଲିୟନ ପୱନ କୁମାର ତିୱାରୀ ଆଞ୍ଚଳିକ ପୋଷାକ ଉପସ୍ଥାପନ କରି ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରିଥିଲେ ଏବଂ କାର୍ଗିଲ ବିଜୟ ଦିବସର ପୃଷ୍ଠଭୂମି ଏବଂ ୨୬ ଜୁଲାଇର ମହତ୍ୱ ବିଷୟରେ ଉପସ୍ଥିତ ସ୍ଥାନୀୟ ନାଗରିକମାନଙ୍କୁ ଅବଗତ କରାଇଥିଲେ ।

jay balangir
Leave A Reply

Your email address will not be published.

fourteen − 5 =

error: Content is protected !!