pakka

ବଲାଙ୍ଗିରରେ ବିଜୁଳି ମହୋତ୍ସବ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଉଜ୍ୱଳ ଭାରତ-ଉଜ୍ୱଳ ଭବିଷ୍ୟତ, ପାୱାର ଆଟ୍‌ ଦି’ ରେଟ୍ ୨୦୪୭ ପାଳନ ଉପଲକ୍ଷେ ବଲାଙ୍ଗିର ସହର ସ୍ଥିତ ଟାଉନ ହଲଠାରେ ବିଜୁଳି ମହୋତ୍ସବ ପାଳନ ହୋଇଯାଇଛି । ପାୱାର ଗ୍ରୀଡ କର୍ପୋରେସନ, ଓପିଟିସିଏଲ୍‌ ଓ ଟାଟା ପାୱାର ୱେର୍ଷ୍ଟନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଦ୍ୱାରା ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ବିଜୁଳି ମହୋତ୍ସବ ପାଳନ କରାଯାଇଛି । ମହୋତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବର ଶୁଭାରମ୍ଭ କରିଥିଲେ । ମହୋତ୍ସବରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ରଣା ଶକ୍ତି କ୍ଷେତ୍ରରେ ଯେଉଁ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାନ କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରିବା ଏହି ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ବୋଲି ପ୍ରକାଶ କରିବା ସହ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ଶକ୍ତି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ରୂପରେଖ ଉପରେ ଆଲୋକପାତ କରିଥିଲେ । ମହୋତ୍ସବରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର ଉଦ୍‌ବୋଧନ ଦେଇ ଶକ୍ତି କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ତଥା ଜନ ସାଧାରଣଙ୍କୁ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ପାୱାର ଗ୍ରୀଡ୍‌ କର୍ପୋରେସନର ସାଧାରଣ ପରିଚାଳକ ସୁରେଶ କିସାନ ବିଜୁଳି ମହୋତ୍ସବ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ଆଜାଦିକା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗରେ ପାଳନ କରାଯାଇଛି ଏବଂ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ, ପାୱାର ଆଟ୍‌ ୨୦୪୭ ଅନ୍ତର୍ଗତ ବିଦ୍ୟୁତ୍‌ କ୍ଷେତ୍ରରେ ପ୍ରମୁଖ ସଫଳତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜୁଳି ମହୋତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଦ୍ୟୁତ ଉପଭୋକ୍ତାମାନେ ବିଦ୍ୟୁତ୍‌ କ୍ଷେତ୍ରରେ ବିଭିନ୍ନ ଯୋଜନା ମାଧ୍ୟମରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ବିଜୁଳି ମହୋତ୍ସବ ପାଳନ ଉପଲକ୍ଷେ ଟ୍ରାନ୍‌ସମିସନ ଓ ବଣ୍ଟନ ବ୍ୟବସ୍ଥା ପ୍ରଣାଳୀ ଉପରେ ଓପିଟିସିଏଲ୍‌ ଦ୍ୱାରା ପ୍ରସ୍ତୁତ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଟାଟା ପାୱାର ୱେର୍ଷ୍ଟନ ଓଡିଶା ଲିମିଟେଡ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ଯୋଜନା, ବିଦ୍ୟୁତ ନିରାପତ୍ତା, ଶକ୍ତି ସଂରକ୍ଷଣ ଇତ୍ୟାଦି ସମ୍ପର୍କରେ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏତଦ୍‌ ବ୍ୟତିତ ରାଜ୍ୟ ସରକାରଙ୍କ ଶକ୍ତିି ବିଭାଗ ପକ୍ଷରୁ ଶକ୍ତି ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ନିର୍ମିତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗିରର କଳାକାରମାନଙ୍କ ଦ୍ୱାରା ମହୋତ୍ସବରେ ନୁକ୍କଡ୍‌ ନାଟକ ଓ ବିଦ୍ୟୁତ ସମ୍ପର୍କିତ ସଚେତନତା ବାର୍ତ୍ତା ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ଓପିଟିସିଏଲ୍‌ର ଡେପୁଟି ଜେନେରାଲ ମେନେଜର ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ସଂଜୋଜନା କରିଥିଲେ । ଏହି ଉତ୍ସବରେ ପାୱାର ଗ୍ରୀର୍ଡ କର୍ପୋରେସନ୍‌ର ମେନେଜର ବିରେନ୍ଦ୍ର କୁମାର ଦାସ, ଟିପିଡବ୍ଳୁୁଓଡିଏଲ୍‌ର ପ୍ରଶାସନିକ ଅଧୀକାରୀ ସଞ୍ଜିବ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ ବିଭୁତି ଭୂଷଣ ଶତପଥି, ଓପିଟିସିଏଲ୍‌ର ଉପଖଣ୍ଡ ଅଧିକାରୀ ମିଲନ ସାହୁ ଏବଂ ସହକାରୀ ଜିଲ୍ଲାପାଳ ଗୁରେଶ୍ୱର ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଦ୍ୟୁୁତ ଉପଭୋକ୍ତାମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × 5 =

error: Content is protected !!