jsm

ବାଦିକଟା ଅଞ୍ଚଳରେ ପ୍ରାଥମିକ ଶିକ୍ଷକଙ୍କ ନିଆରା ଢଙ୍ଗରେ ନୂଆବର୍ଷ ପାଳନ : ଭୋଜନରେ ଆପ୍ୟାୟିତ ସହ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ପ୍ରଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା, ଲଖମରା କ୍ଲଷ୍ଟର ସମେତ ଝାରବନ୍ଧ, ଗାଇସିଲେଟ ବ୍ଲକର ପ୍ରାୟ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସୁକୁଲିପାହାର ଗ୍ରାମର ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି ଅବସରରେ ସୁକୁଲିପାହାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗ୍ରାମର ଗୌନ୍ତିଆ ଜୟଦେବ ପଟେଲଙ୍କ ସଭାପତିତ୍ୱରେ ସରାଇକେଲା ଗ୍ରାମ ପଞ୍‌ଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ପଟେଲ, ଅବସର ପ୍ରାପ୍ତ ଶିକ୍ଷକ କୁବେର ଦାସ, ପୂର୍ଣ୍ଣ ନେଗୀ, ମଣି ମହାନନ୍ଦ, ଅଭିମନ୍ୟୁ ସାହୁ, ସମାଜସେବୀ କୃଷ୍ଣଚନ୍ଦ୍ର ପଣ୍ଡା, କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶୋଭାସାଗର ମେହେର ଅତିଥି ଭାବେ ଯୋଗଦାନ କରିଥିଲେ । ଧରଣୀଧର ଶବର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବ୍ରଜ କିଶୋର ଭୀଲ ମଞ୍ଚ ପରିଚାଳନା କରିଥିଲେ ଓ ପରିଶେଷରେ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ସମସ୍ତ ଶିକ୍ଷକ ଗୋଟିଏ ଗୋଟିଏ କମ୍ବଳ ବଣ୍ଟନ କରି ସେମାନଙ୍କୁ ସାତ୍ତ୍ୱିକ ଭୋଜନରେ ଆପ୍ୟାୟିତ କରିଥିଲେ । ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ତଥା ପ୍ରାୟ ୫୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ନିଆରା ଢଙ୍ଗରେ ନୂତନ ବର୍ଷ-୨୦୨୬ ପାଳନ କରିଥିଲେ ଏବଂ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ପରିଶେଷରେ ପୁରୁଷୋତ୍ତମ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.