csstore

ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଓ ତୁଷୁରାବାହାଲ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଓ ତୁଷୁରାବାହାଲ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜନସମ୍ପର୍କ ପଦଯାତ୍ରା ଅଭିଯାନ ୨୦୨୫ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ଏଥିରେ ବରିଷ୍ଠ ବିଜେଡି ନେତା କୁଳମଣି ମେହେର, କୈଳାଶ ଚନ୍ଦ୍ର ମହାନ୍ତି, ଗୋଲାପ ବାଗ, ରାଜେନ୍ଦ୍ର ହୋତା, ଟୁନା ସ୍ୱାଇଁ, ସୁମନ ନନ୍ଦ, ଟିଟୁ ସାହୁ, ସନ୍ତୋଷ ସାହୁ, ସନ୍ତୋଷ କୁମାର ପ୍ରଧାନ, ଦୀପକ ବେହେରା, ଘୁଣ୍ଡୁ ନାଗ, ମଦନ ଉଦୁର୍କୁଲିଆ, କରୁଣା ମଲ୍ଲିକ, ଲଛ ମହାକୁର, ହରି ମଲ୍ଲିକ, କେତନ ସାହୁ, ଟିକେଚନ ସାହୁ ଓ ଚନ୍ଦ୍ରଭାନୁ ସାହୁଙ୍କ ସହ ଶତାଧିକ ବିଜୁ ଜନତା ଦଳର କର୍ମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.