pakka

ବଲାଙ୍ଗିର ଜିଲ୍ଲାରେ ଓଷ୍ଟାର ୧୫ତମ ସାମ୍ବିଧାନିକ ସମ୍ମିଳନୀ : ଓଷ୍ଠା ପକ୍ଷରୁ ତୃତୀୟ ଥର ପାଇଁ ଜିଲ୍ଲା ଉପସଭାପତି ରଞ୍ଜିତା ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗିର ଜିଲ୍ଲା ପକ୍ଷରୁ ୧୫ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହୋଇଯାଉଥିବାରୁ ନୂତନ କାର୍ଯ୍ୟକାରୀ କମିଟି ଗଠନ ନିମନ୍ତେ ଜିଲ୍ଲା ୧୪ଟି ବ୍ଲକରୁ ଓଷ୍ଟା ବ୍ଲକ ସଂପାଦକ ଉପସ୍ଥିତ ରହି ନିଜସ୍ୱ ମତ ରଖିଥିଲେ । ତେବେ ସଇଁନ୍ତଲା ବାଳିକା ହାଇସ୍କୁଲର ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ତୃତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ଯାହାକୁ ନେଇ ଶ୍ରୀମତୀ ମିଶ୍ରଙ୍କ ପାଖୁ ଶୁଭେଚ୍ଛାର ସୁଅ ଛୁଟୁଛି । ଶ୍ରୀମତୀ ମିଶ୍ର ଓଷ୍ଟାର ରାଜ୍ୟ ସମ୍ପାଦକ ପ୍ରକାଶ ମହାନ୍ତି, ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ପୁରନ୍ଦର ଦାସ, ସୁଧାଂଶୁ ଶେଖର ବାବୁ, ଶଙ୍କର କୁମାର ସୁବୁଦ୍ଧି, ସମ୍ପାଦକ ଶିକ୍ଷା ପ୍ରଦୀପ ବିନାୟକ ପରିଡା, କୁଶଧ୍ଵଜ ସାହୁ, ବଲାଙ୍ଗିର ଜିଲ୍ଲା ଓଷ୍ଟାର ସଭାପତି ଅବନି କୁମାର ତ୍ରିପାଠୀ ଏବଂ ରାଜ୍ୟ, ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲା ସଭାପତି ଛାୟାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଷ୍ଟା ରାଜ୍ୟ ଶାଖାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଉପ-ସଭାପତି ଆନନ୍ଦ ସାହୁ, ଯୁଗ୍ମ ସାଧାରଣ ସଂପାଦକ ରଂଜନ ଦାଶ, ଅନ୍ୟତମ ସଂପାଦକ ବିନାୟକ ପରିଡା, ସଂପାଦକ ଶିକ୍ଷା ପ୍ରଦୀପ ଶଙ୍କର ସୁବୁଦ୍ଧି, ପରୀକ୍ଷା ସଂପାଦକ ନିଳ ପୁରୋହିତ, ଉପଦେଷ୍ଟା ପୁରନ୍ଦର ଦାଶ, ସୁଧାଂଶୁ ବାବୁ, ବିଶିଷ୍ଟ ନେତୃବୃନ୍ଦ ଯୋଗ ଦେଇଥିଲେ । ସଭାରେ ଶିକ୍ଷା ବ୍ୟବସ୍ଥା ସଂପର୍କରେ ଥିବା ଅନେକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ସଂପାଦକ କୁଶଧ୍ୱଜ ସାହୁ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ସଭାର ଦ୍ୱିତୀୟାର୍ଦ୍ଧରେ ଯୋଗ୍ୟ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରାଯାଇ ସଂଘକୁ ପୁନର୍ଗଠିତ କରାଯାଇଥିଲା । ନୂତନ ସଭାପତି ଭାବେ ଅବନୀ ତ୍ରିପାଠି, ସଂପାଦକ ଭାବେ କୁଶଧ୍ୱଜ ସାହୁ, କାର୍ୟ୍ୟକାରୀ ସଭାପତି ପ୍ରଦୀପ ପୁଟେଲ, ଉପ-ସଭାପତି ଭାବେ ସୁଧିର ନାଏକ, ଶ୍ରୀବତ୍ସ ଭୁଏ, ରଂଜିତା ମିଶ୍ର, ଯୁଗ୍ମ ସଂପାଦକ ଅନିଲ କୁମାର ସାହୁ, ଦିଲିପ କୁମାର ନାୟକ, ସ୍ନିଗ୍ଧାଞ୍ଜଳି ମିଶ୍ର, କାର୍ଯ୍ୟକାରୀ କମିଟୀ ପ୍ରଦୀପ ସ୍ୱାଇଁ, ଶୁଭେନ୍ଦୁ ମହାନ୍ତି, ସରୋଜ କୁମାର ମିଶ୍ର, ମନୋରଂଜନ ସାହୁ, ସାଂଗଠନିକ ସଂପାଦକ ଭାବେ ଲୋକନାଥ ମେହେର ନିର୍ବାଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଶପଥପାଠ କରାଇଥିଲେ । ଶେଷରେ ରାଜ୍ୟ ପ୍ରତିନିଧି ସଭ୍ୟ ଜଳନ୍ଧର ମହାକୁଡ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

2 × two =