pakka

ମ.ରାମପୁର ପଞ୍ଚାୟତ ସମିତିରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

bbehera

ମ.ରାମପୁର, (ହେମନ୍ତ ସାହୁ) : ଆଜି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉ ଥିବାବେଳେ ମ.ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ସମ୍ମିଳନୀକୁ ବିଡ଼ିଓ ସବ୍ୟସାଚୀ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଜିପିଓ କୁଳମଣି ସିଂ ରାୟ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତା ଡକ୍ଟର ରାଜେଶ କୁମାର ସାହୁ, ସମ୍ମାନିତ ଅତିଥି ଏବିଡ଼ିଓ ଲକ୍ଷ୍ମଣ କୁମାର ପଧାନ ଯୋଗ ଦେଇଥିଲେ । ୬ ଗୋଟି ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ବେଳେ ତନ୍ମଧ୍ୟରୁ ଆମ ଓଡ଼ିଆ ଭାଷା ଏକ । ତେଣୁ ଆମେ ପ୍ରତିଟି ଓଡ଼ିଆ ଆମ ଭାଷାର ପ୍ରାଚୀନତା ନେଇ ଗର୍ବିତ । ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଜି ବ୍ଲକ ଅଞ୍ଚଳର ସାହିତ୍ୟିକ, କବି, ଲେଖକଙ୍କ ଏକ ସମାବେଶ ହୋଇଥିଲା । ଏଥିରେ କ୍ଷିତିପତି ପଧାନ, ଘାସି ମିଶ୍ର, ସୁରେନ୍ଦ୍ର ମହାଖୁଡ, ଉଦୟ ନାଏକ, ସରସ୍ଵତୀ ମିଶ୍ର, ସୁଶାନ୍ତ ମିଶ୍ର, ପରମାନନ୍ଦ ବିଶି, ନାରାୟଣ ମହାଳିକ, ରମେଶ ମିଶ୍ର, ରାମେଶ୍ୱର ପ୍ରସାଦ ସାହୁ, ହୃଦାନନ୍ଦ ସାହୁ, ଲିପ୍ସାମୟୀ ଦୁବେ, ଯୋଗିମତ ଜାଲ, ମାନସ ରଞ୍ଜନ ପ୍ରହରାଜ, ବିଶ୍ଵନାଥ ସାହୁ, କାହ୍ନୁ ଚରଣ ସାହୁ, ବଟ କିଶୋର ପ୍ରଧାନ, ବାମନ ମହାପାତ୍ର ପ୍ରମୁଖଙ୍କୁ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବିଭିନ୍ନ ପ୍ରତିଯୋଗିତାରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଏବିଡ଼ିଓ ଶ୍ରୀ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

2 × 1 =

error: Content is protected !!