ls

ନୂତନ ବଙ୍ଗୋମୁଣ୍ଡା ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

2020

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ଶିକ୍ଷୟିତ୍ରୀ କଲ୍ୟାଣ ସଂଘ ପକ୍ଷରୁ ନୂତନ ବିଇଓ ପ୍ରବୀର ପଣ୍ଡା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପୂର୍ବତନ ବିଇଓ ବୈକୁଣ୍ଠ ନାଥ ଶବରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ଜୟନ୍ତ ପ୍ରଧାନ ଉପସ୍ଥିତ ଥିଲେ । ସଂଘର ସଭାପତି ହରିରାମ ସତନାମୀ ସମସ୍ତଙ୍କୁ ସ୍ୱାଗତ ଅଭିଭାଷଣ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ହୃଦା ମହାନନ୍ଦ, ଜଗତ କଁଅର, ମାନସୀ ସତନାମୀ, କଂଚନ ବିଏଲ୍‌ କୁମ୍ଭାର, ସଂଗଠନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘର ସଂଗଠନ ବଙ୍ଗୋମୁଣ୍ଡାର ସମ୍ପାଦକ ପୃଥିବୀ କୁମାର ବାଗ, ସଂଗଠନର ଉପସଭାପତି ମନୋଜ ଭରାସଗ୍ରିଆ, ଜିତେନ୍ଦ୍ର ଭତ୍ରା, ଲେଖଚନ୍ଦ୍ର ଛୁରା, ଭୀମଧର ସିପକା, ପରମାନନ୍ଦ ଭୋଇ, ରାଘବ ବାଗ, ଶୁଶିଲ ମାଝୀ, ଗଜେନ୍ଦ୍ର ତାଣ୍ଡି, ରାଜକୁମାର ମାହାରା, ପରମେଶ୍ୱର ନନ୍ଦ, ପୌଲିସ୍ତି ଭୋଇ, ମାଧବ ଝାଙ୍କର, ସୋମନାଥ କୁମ୍ଭାର, ନରେନ୍ଦ୍ର ବାଗ, ପୁରୋହିତ ଭୋଇ, ବିମଲ ଛୁରା, ଜ୍ୟୋତିପ୍ରକାଶ ବାଗ, ଭାସ୍କର ଜାଲ, ଭବାନୀଶଙ୍କର ଭୋଇ, ଭକ୍ତଚରଣ ସୁନା, ନଲ ଭୋଇ, ଟଙ୍କଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ତରଫରୁ ଅତିଥି ମାନଙ୍କୁ ସତନାମୀ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମାନସୀ ସତନାମୀ ଓ ବଙ୍ଗୋମୁଣ୍ଡା ବାଳକ ଉଚ୍ଚ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ହରିପ୍ରିୟା ମହାନନ୍ଦ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ । ପରିଶେଷରେ ସମସ୍ତଙ୍କୁ ବରିଷ୍ଠ ଶିକ୍ଷକ ଠଣସୁନ୍ଦର ତାଣ୍ଡି ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.