om academy

ଗୋଡ଼ଭଗା ନାଗରିକ କମିଟି ତରଫରୁ ୧୫ତମ ନୂଆଁଖାଇ ଭେଟଘାଟ୍ ପାଳିତ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା’ ସମଲେଇ ମନ୍ଦିର ଆନୁକୂଲ୍ୟରେ ନାଗରିକ କମିଟିର ୧୫ତମ ନୂଆଁଖାଇ ଭେଟଘାଟ୍ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଗୋଡ଼ଭଗା ସାରସ୍ୱତ ମହାବିଦ୍ୟାଳୟ ଯୁକ୍ତ ଦୁଇର ଅଧ୍ୟକ୍ଷ ପ୍ରମୋଦ କୁମାର ପ୍ରଧାନ, ଯୁକ୍ତ ତିନିର ଶ୍ରୀମତୀ ପ୍ରତିମା ପାଲ ଓ ମାରୱାଡି ସମାଜର ସଭାପତି ରାମବତାର ଶର୍ମା ଉପସ୍ଥିତ ଥିଲେ । ପ୍ରଥମେ କମିଟି ସଭାପତି ଶ୍ରୀ ବାରିକ ସକାଳ ୧୦ଟାରେ ମା’ ସମଲେଇଙ୍କୁ ପୂଜାର୍ଚ୍ଚନା କରି ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ କରିଥିଲେ । ପୂଜା କାର୍ଯ୍ୟ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । କମିଟି ତରଫରୁ ସମ୍ମାନିତ ଅତିଥିମାନଙ୍କୁ ଉପଢୌକନ ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାରେ ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ବିଷୟରେ ବୁଝାଇଥିବା ବେଳେ ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିମା ପାଲ ନୂଆଁଖାଇ ଭେଟଘାଟ୍ ବିଷୟରେ ବର୍ଣ୍ଣନା କରି ଭେଟଘାଟ୍ କ’ଣ ବୁଝାଇଥିଲେ । ଏହାପରେ ୧୫ ବର୍ଷ ଧରି ନାଗରିକ କମିଟି ନୂଆଁଖାଇ ଭେଟଘାଟ୍ ପାଳିତ କରି ଆସୁଥିବା ବେଳେ ଅତି ଖୁସିର ସହ ଧନ୍ୟବାଦ ଦେଇଥିଲେ । ନାଗରିକ କମିଟିର ସଂପାଦକ ଉପେନ୍ଦ୍ର ପଣ୍ଡା କମିଟିର ବିବରଣୀ ଦେବା ସହ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀ ବାରିକ ନାଗରିକ କମିଟିର ଉଦ୍ଦେଶ୍ୟ ବୁଝାଇଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରା ବଜାୟୀ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରି ସହଯୋଗର କାମନା କରିଥିଲେ । ସର୍ବ ଶେଷରେ ସୁଧୀର ପଣ୍ଡା ସଭାପତି ଓ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.