jsm

ନିର୍ଝରିଣୀ ପକ୍ଷରୁ ଶୋକସଭା

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ): ସାରା ବିଶ୍ୱରେ କରୋନାର କରାଳ ଗ୍ରାସରେ ଅନେକ ଜନ ଜୀବନ ନଷ୍ଟ ହୋଇଥିବା ବେଳେ ସିନ୍ଧେକେଲା ଚାନ୍ଦୋତରାର ବ୍ୟଙ୍ଗ କବି, ଆଦର୍ଶ ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ନାୟକ ଓ ପାଟଣାଗଡ଼ ନିବାସୀ କବି, ସଂଗଠକ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ନରୋତ୍ତମ ସାହୁ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ କରୋନା ନୀତି ନିୟମ ଅନୁସାରେ ଗୁଗଲ ମିଟ ମାଧ୍ୟମରେ ଭରଚୁଆଲ ଶୋକସଭା ନିର୍ଝରିଣୀ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ହୋଇଯାଇଛି । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ସୁନାମଧନ୍ୟ କବି ଗାୟକ ଅଶୋକ କୁମାର ସାହୁ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ସୁନ୍ଦର ଭଜନ ମାନ ପରିବେଷଣ କରିଥିଲେ । ସଭାରେ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ଗଜାନନ ମିଶ୍ର, ପ୍ରଦୀପ କୁମାର ଦାଶ, ଆଶିଷ କୁମାର ଚନ୍ଦନ, ସନ୍ଦୀପ କୁଅଁର, ନେପାଳ ଚନ୍ଦ୍ର ବାଗ, ସବିତା ଭୋଇ, ସଞ୍ଜୁକ୍ତା ପରିଛ୍ଣା, ଧିରାମଣି ଦାସ, ମମତା ପଣ୍ଡା, ରାଜୀବ ଲୋଚନ ଭୋଇ, ଜ୍ୟୋତିପ୍ରକାଶ ଗଡତ୍ୟା, ନାରାୟଣ ମିଶ୍ର, ମୁରଲୀ ଧର ସିକା, ବିଶ୍ୱଜିତ ସେଠ, ଆଦି ୫୦ରୁ ଉର୍ଦ୍ଧ୍ବ କବି, ଲେଖକ, ସମାଜସେବୀ, ମାନବପ୍ରେମୀ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ମାନଙ୍କୁ ଭକ୍ତି ସୁମନ ଅର୍ପଣ କରିଥିଲେ । ପରିଶେଷରେ ଶ୍ରୀ ଦାଶ ସାମାଜିକ ଦୂରତା, ମାସ୍କ ପରିଧାନ କରିବା ସହିତ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁର ବାର୍ତ୍ତା ଦେଇ ସଭା ସାଙ୍ଗ କରିଥିଲେ ।

yuvodaya
Leave A Reply

Your email address will not be published.