pakka

୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଭଇଁଷା ମଣ୍ଡଳର କର୍ମକର୍ତ୍ତା ନିର୍ବାଚନ

bbehera

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଭଇଁଷା ମଣ୍ଡଳର ମକରଧ୍ୱଜ ଅଘରିଆ ଧର୍ମଶାଳା ଭଇଁଷା ଗୁଡିଠାରେ ଅଘରିଆ ସମାଜର ମଣ୍ଡଳସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଭଇଁଷା ଗୁଡି, ରାମଚନ୍ଦ୍ରପୁର ଗୁଡି, ବାରପୁଡୁଗିଆ ଗୁଡି ଓ ଦମାଇପାଲି ଗୁଡିକୁ ନେଇ ଭଇଁଷା ମଣ୍ଡଳ ଗଠିତ । ସମସ୍ତ ୪ଟି ଗୁଡିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ଓ ସର୍ବସମ୍ମତି କ୍ରମେ ଭଇଁଷା ଗୁଡିର ସରମୁହାଣ ଗ୍ରାମର ଚିନ୍ତାମଣୀ ରାଉତଙ୍କୁ ମଣ୍ଡଳ ସଭାପତି, ବାରପୁଡୁଗିଆର ବୀର ରାଉତଙ୍କୁ ଉପସଭାପତି ଓ ଭଇଁଷା ଗୁଡିର ସୁଶିଲ କୁମାର ପଟେଲଙ୍କୁ ମୁଖ୍ୟ ସମ୍ପାଦକ, ଉଲବାର ସୁଶିଲ ପଟେଲଙ୍କୁ ସହସମ୍ପାଦକ ଓ ଡମ୍ବରୁ ରାଉତଙ୍କୁ ଯୁବ ପ୍ରଭାରୀ ଭାବେ ମନୋନୀତ କରାଯାଇଥିଲା । ଆଗାମୀ ମାର୍ଚ୍ଚ ୩୧, ଏପ୍ରିଲ ୧, ୨, ୩ ତାରିଖ ଦିନ ଅଖଳି ଭାରତୀୟ ମହାସଭା ଭଇଁଷା ଠାରେ ଅନୁଷ୍ଠିତ ହେବକୁ ଥିବା ବେଳେ ଏହା ଉପରେ ଆଲୋଚନା କରି ନୂତନ ଭାବେ ନିର୍ବାଚିତ ସଭାପତି ଚିନ୍ତାମଣୀ ରାଉତ କିପରି ସମାଜର ଏକତାରେ ବାନ୍ଧିବା, ସମାଜର ସଂସ୍କାର, ସମାଜ କିପରି ଆଗକୁ ନିଆଯିବ ସେ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଶେଷରେ ସୁଶିଲ ପଟେଲ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

20 − five =

error: Content is protected !!