csstore

ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିପୁଣ ଓଡିଶା ସପ୍ତାହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପଞ୍ଚଦିବସୀୟ ନିପୁଣ ଓଡିଶା ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିବସର କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ହୋସିୟା ଛତ୍ରିୟା ଉଦ୍‌ଘାଟନ କରିଥିଲେ । ଶିକ୍ଷକ କୁଶ ଭୋଇ, ଶିକ୍ଷୟିତ୍ରୀ ରୀନା ବାଗ ପ୍ରଥମ, ଦ୍ଵିତୀୟ ଦିବସରେ ସଂଖ୍ୟାଜ୍ଞାନ ଓ ତୃତୀୟ, ଚତୁର୍ଥ ଦିବସରେ ମୌଳିକ ଭାଷା ଓ ପଞ୍ଚମ ଦିବସରେ ପିତାମାତା ତଥା ଗୋଷ୍ଠୀ ସମ୍ପୃକ୍ତି କାର୍ଯ୍ୟକ୍ରମ କରିଥିଲେ । ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ସିଆରସିସି ପ୍ରଦୀପ୍ତ କିଶୋର ଦାଶ ଯୋଗଦେଇ କାହାଣୀ କହିବା, ଶୁଣିବା ତଥା କାହାଣୀର ବହୁବିଧ ଉପକାରିତା ବିଷୟରେ ଆଲୋକପାତ କରିବା ସହ ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀର ଅବିଭାବକଙ୍କୁ ନିପୁଣ ଓଡିଶା ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅବିଭାବକ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ କୁଶ ଭୋଇ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.