csstore

ପ୍ରତୀକ୍ଷାର ହେଲା ଅନ୍ତ : କୁଡ଼ାସିଂହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି : ମାହେଶ୍ଵରୀ ସଂଗଠନ ପକ୍ଷରୁ ‌ସ୍ୱାଗତ

ଦେଓଗାଁ, (ମନୀଷ କୁମାର ସାହୁ) : କୁଡ଼ାସିଂହା ଅଞ୍ଚଳର ଲୋକଙ୍କ ବହୁ ଦିନର ପ୍ରତୀକ୍ଷାର ହେଲା ଅନ୍ତ । ଦୀର୍ଘ ଦିନ ହେଲା ଖାଲି ପଡିଥିବା ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ଡା. ସୌମ୍ୟପ୍ରତିକ ଦୋରା ନିଯୁକ୍ତି ପାଇଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ କୁଡ଼ାସିଂହା ମାହେଶ୍ୱରୀ ସଙ୍ଗଠନ ତରଫରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁଡାସିଂହା ଡାକ୍ତରଖାନରେ ଖାଲିଥିବା ଡାକ୍ତର ପଦବୀ ପୁରଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଶୁକ୍ରବାର ଦିନ ନୂଆ କରି ମେଡିକାଲ ଅଫିସର ଭାବେ ଯୋଗ ଦେଇଥିବା ଡା. ସୌମ୍ୟପ୍ରତୀକ ଦୋରାଙ୍କୁ କୁଡାସିଂହା ଶାଖାର ସଭାପତି ଚିତ୍ତରଞ୍ଜନ ପଧାନ, ସଂଯୋଜକ ମନୋଜ କୁମାର ଝାଙ୍କର, ମହିଳା ଶାଖା ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶିନୀ ନାଥ, ସହ ସଂଯୋଜିକା ସୋନମ ସାହୁ, ପ୍ରୀତିପ୍ରଜ୍ଞା ମହାରଣା, ଅନିତା ସାହୁ, ମନୀଷା ସାହୁ, ସଞ୍ଜୟ ମାଝୀ, ଲୋକନାଥ ପଧାନ ଏବଂ ଫାର୍ମାସିଷ୍ଟ ମୋତିଲାଲ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ।

jayashree
Leave A Reply

Your email address will not be published.