oom

ନେଟ୍‌ୱର୍କ ସମସ୍ୟା ପାଇଁ ଲୋକେ ହଇରାଣ

jsmm

କନ୍ଧମାଳ : କନ୍ଧମାଳ ଜି‌ଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟ୍‌ୱର୍କ ସମସ୍ୟା । ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟ୍‌ୱର୍କ ପାଇଁ ହଇରାଣ ହେଉଛନ୍ତି । ଚକାପାଦ ବ୍ଲକର ପ୍ରାୟ ୫ ପଞ୍ଚାୟତବାସୀ କୌଣସି ମୋବାଇଲ ନେଟ୍‌ୱର୍କ ପାଉନାହାନ୍ତି । ଫଳରେ ସେମାନେ ଜରୁରୀକାଳୀନ ଯୋଗଯୋଗ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି । ଦୀର୍ଘବର୍ଷ ହେଲା ଅଞ୍ଚଳବାସୀ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ବେଳେ ଲୋକ ପ୍ରତିନିଧି ବି କିଛି ପଦକ୍ଷେପ ନେଉନାହାନ୍ତି । ଏଥିପାଇଁ ଅସନ୍ତୋଷ ବଢ଼ିବାରେ ଲାଗିଛି । ନେଟ୍‌ୱର୍କ ନ ଥିବାରୁ ଏବେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ ପାଠ ପଢ଼ିବାରେ ହଇରାଣ ହେଉଛନ୍ତି । କେତେଜଣ ମେଧାବୀ ଛାତ୍ର ଅନ୍ୟ ଉପାୟ ନ ପାଇ ଗଛ ଉପରେ ନେଟ୍‌ୱର୍କ ଖୋଜିବାକୁ ପ୍ରୟାସ କରୁଛନ୍ତି । ଚକାପାଦରେ ଏକ ଟାୱାର ଥିଲେ ମଧ୍ୟ ଅଧିକାଂଶ ସମୟ ନେଟ୍‌ୱର୍କ ରହୁନାହିଁ । ୧୬ କି.ମି. ଦୂର ଟିକାବାଲିରେ ଓ ୨୦ କି.ମି ଦୂର ଗଞ୍ଜାମ ଜିଲାର ବଦାଙ୍ଗିରେ ଟାୱାର ରହିଛି । ଠିକ୍‌ ନେଟ୍‌ୱର୍କ ପାଇଁ ଚକାପାଦ ବ୍ଲକର ବିଭିନ୍ନ ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ଅଞ୍ଚଳବାସୀ ଦାବୀ କରି ଆସୁଛନ୍ତି । କଖାରୁଝୋଲା ପଞ୍ଚାୟତର ଘାଟିଗୁଡା, ବନ୍ଧଖମଣ, ବୁଦୁକାଖୋଲ, ଟୋକେଇଝୋଳ, ମହାଗୁଡା, ଚାହାଳୀ ପଞ୍ଚାୟତର ଅଣ୍ଡିରୀଗଡ, ଗସମା, ନିଧିଆବେରେନା, ପସରା ପଂଚାୟତର ନନ୍ଦିନୀ, ବୁରୁପୋଲି, ଗୋଚ୍ଛାବାଡି, ବ୍ରହ୍ମଣପାଦର ଶୁବଳୀୟା, ତାଟଗୁଡା, ଅର୍ଚାଙ୍ଗି, ଚକାପାଦ ପଂଚାୟତର ରଣଗାଁ, ରୂପାଗାଁ, ରଙ୍ଗମାଟିଆ ଗ୍ରାମରେ ନେଟୱାର୍କ ସମସ୍ୟା ଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକମାନେ ।

jittmm
Leave A Reply

Your email address will not be published.