csstore

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ବରଗଡ଼ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନାର ଗ୍ରାମରେ ସିଂହ ବାହିନୀ ଯୁବକ ସଂଘ ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇ ଗାଁ ପରିକ୍ରମା କରାଯାଇଥିଲା । ଯେଉଁଥିରେ ଦୁର୍ଯ୍ୟୋଧନ ନାୟକ, ଧନମାଳି ଚନ୍ଦନ, ଗୋବିନ୍ଦ ନାୟକ, ହଳଧର ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ପାଇକମାଲ ବିଡ଼ିଓ ସୁଶ୍ରୀ ଉପାଞ୍ଜଳି ମାଝୀ ଆଜାଦି କୀ ଅମୃତ୍ ମହୋତ୍ସବ ପାଳନ ଅବସରରେ ସ୍ୱଚ୍ଛ ଭାରତ ୨:୦ ର ବାର୍ତ୍ତା ଦେଲେ ଏବଂ କିପରି ଭାବରେ ଏହା ଆଗକୁ ଯିବା ସେ ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ କଲେ ।

ନୃସିଂହନାଥ ମନ୍ଦିର ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏବଂ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି ସ୍ୱେଚ୍ଛାସେବୀ ମାନଙ୍କୁ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମରେ ସାହାଯ୍ର ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ମାନଙ୍କରେ ସ୍ୱେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେ ବିଜୟ ହୋତା, ଘନଶ୍ୟାମ ଛତରିଆ ସହଯୋଗ କରିଥିଲେ । ନେହେରୁଙ୍କ ଯୁବ କେନ୍ଦ୍ର ତରଫରୁ କେନ୍ଦ୍ର ଅଧିକାରୀ ଜି.ରୋଶନ ଟଣ୍ଡନ ଏବଂ ପରାମର୍ଶଦାତା କମିଟି ସଭ୍ୟ ଶ୍ରୀ ତ୍ରିଲୋଚନ ଶତପଥୀ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.