pakka

ବେହେରା ପାଲି ପରିଦର୍ଶନ କଲେ ନରସିଂହ : ପିଇବା ପାଣି ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ଯନ୍ତ୍ରୀଙ୍କ ଉପରେ ବର୍ଷିଲେ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତଗର୍ତ ୯ ନଂ ୱାର୍ଡ ବେହେରାପାଲିକୁ ଯାଇ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଅଲୋଚନା ସମୟରେ ବିଶେଷ କରି ବେହେରାପାଲି ବନ୍ଧର ପାଣି ବ୍ୟବହାର ଉପଯୋଗି ନଥିବା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାଇପ ଯୋଗେ ଦିଆଯାଉଥିବା ପିଇବା ପାଣିର ସମସ୍ୟା ଉପରେ ଅଭିଯୋଗ ହୋଇଥିଲା । ଗାଁର ଶତାଧିକ ମହିଳା ଓ ପୁରୁଷମାନେ ବେହାରାପାଲି ବନ୍ଧର ପାଣିରେ ବାହ୍ୟ ଆବର୍ଜନା ତଥା ସହର ମଧ୍ୟରୁ ଅସୁଥିବା ବିଭିନ୍ନ ନାଳରୁ ଅବର୍ଜନା ପାଣ ଆସି ବନ୍ଧରେ ପଡୁଛି । ଏହାକୁ ନେଇ ଅନେକ ଦିନରୁ ଅଭିଯୋଗ କରାଯାଉଥିଲେ ସୁଦ୍ଧା ପୌରପରିଷଦ ତରଫର ସମସ୍ୟାର ସମାଧାନ ପାଇଁ ଏ ଯାଏଁ କୌଣସି ତତ୍ପରତା ପ୍ରକାଶ କରାଯାଇ ନଥିବା ଲୋକେ ଅଭିଯୋଗ କରିଥିଲେ । ତା’ ସହ ୨୦୧୮ ପୁର୍ବରୁ ଏହି ବନ୍ଧର ଉନ୍ନତିକରଣ ତଥା ଜଳ ଧାରଣ କ୍ଷମତା ବଢାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ କରାଯାଇଥିବା ନିମ୍ନ ମାନର କାମରେ ଅଧିକାରୀ ଓ ଠିକାଦାର ଦାୟୀ ବୋଲି ଲୋକେ କହିଥିଲେ । ଫଳରେ ଆଜି ପର୍ଯ୍ୟନ୍ତ ବେହେରାପାଲି ଅଂଚଳର ଲୋକେ ବନ୍ଧର ସଦ୍‌ଉପଯୋଗ କରିପାରୁ ନାହାନ୍ତି ବୋଲି ବିଧାୟକଙ୍କୁ କ୍ଷୋଭର ସହ ପ୍ରକାଶ କରିଥିଲେ । ଏହାର ସାମୟିକ ପ୍ରତିକାର ପାଇଁ ବିଧାୟକ ଶ୍ରୀ ମିଶ୍ର ବନ୍ଧର ସଫେଇକରଣ ତଥା ପାଣି ସଫା ରଖିବା କାମ ପାଇଁ ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଟୀଙ୍କୁ ନିଜ ବିଧାୟକ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କାର ଅନୁଦାନ ରାଶି ଦିଆଯିବ ବୋଲି ଘୋଷଣା କରିଥିଲେ । ପରେ ଗ୍ରୀଷ୍ମ ରୁତୁ ପାଇଁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଠିକ୍‌ ସେହିପରି ଜନ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଅଂଚଳର ଲୋକେ ପଇବା ପାଣି ଭଲିଆ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉକ୍ତ ବିଭାଗର ଯନ୍ତ୍ରୀ ଲୋକକଙ୍କୁ କେବଳ ଭୂଆଁ ବୁଲାଇବାରେ ବ୍ୟସ୍ତ ରହୁଥିବାରୁ ବିଧାୟକଙ୍କ ଏହି ଗସ୍ତ ସମୟରେ ହିଁ ଉପସ୍ଥିତ ସହକାରୀ ଯନ୍ତ୍ରୀ ସୁବ୍ରତ ନାଏକ ଓ କନିଷ୍ଟ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଗାଁରେ ଅଟକ ରଖିବାକୁ ଲୋକେ ଚେତାବନୀ ଦେଇଥିଲେ । ପରେ ବିଧାୟକ ମିଶ୍ର ପାଣି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ସହ ଫୋନ ଯୋଗେ ଆଲୋଚନା କରି ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ, ନଚେତ ଲୋକେ ଆଇନ ନିଜ ହାତକୁ ନେବା ପାଇଁ ବାଧ୍ୟ ହେବେ ବୋଲି କହିଥିଲେ । ଜିଲ୍ଲାପାଳ ଏ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଲୋକେ ଶାନ୍ତ ପଡିଥିବା ଦେଖା ଯାଇଥିଲା । ଆଲୋଚନା ସମୟରେ ବିଭିନ୍ନ ଯୋଜନା ତଥା ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ବିଜୁଳି ସମସ୍ୟା, ରାସ୍ତାଘାଟ ସମସ୍ୟା ଉପରେ ଗ୍ରାମବାସୀମାନେ ବିଧାୟକଙ୍କୁ ଅବଗତ କରିଥିଲେ । ଏହି ଆଲୋଚନା ସମୟରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ନାରୀନେତ୍ରୀ ରଂଜିତା ବହିଦାର, ଅନ୍ତ ମଛଖଣ୍ଡ, କୈଳାସ ମିଶ୍ର, ମନୋଜ ସାହୁ, ବିରେନ୍ଦ୍ର ବାବୁ, ଡା. ପ୍ରଶାନ୍ତ ପ୍ରଧାନଙ୍କ ସମେତ ଶହସ୍ରାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve + two =