csstore

କର୍ଲାମୁଣ୍ଡା ବ୍ଲକରେ ପ୍ରଥମ ଦିନରେ ଜଣେ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସୋମବାରଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ୧୨ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ସୋମବାର ପ୍ରଥମ ଦିନରେ ସରପଞ୍ଚ ପଦବୀ ପାଇଁ ୩୨ ଜଣ ନାମାଙ୍କନ କିଣି ଥିବା ବେଳେ ଜଣେ ମାତ୍ର ନାମାଙ୍କନ ପତ୍ର ଯୋରାଡବରା ସରପଞ୍ଚ ପଦବୀ ପାଇଁ ଦାଖଲ କରିଛନ୍ତି ।ଠିକ ସେହିପରି ସମିତି ସଭ୍ୟ ପଦ ପାଇଁ ୨୮ ଜଣ ନାମାଙ୍କନ ପତ୍ର ନେଇଥିଲେ ମଧ୍ୟ ଜଣେ ବି ଦାଖଲ କରିନ ଥିବା ବ୍ଲକ ସୂତ୍ରରୁ ଜଣାପଡ଼ିଛି ।ଅନ୍ୟପକ୍ଷରେ ୱାର୍ଡ ମେମ୍ବର ପାଇଁ ୧୪୯ ଜଣ ନାମାଙ୍କନ ପତ୍ର ନେଇ ଥିବା ବେଳେ ମାତ୍ର ୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

jayashree
Leave A Reply

Your email address will not be published.