ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୋ ନିବେଦନ କାର୍ଯ୍ୟକାରୀ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଆସନ୍ତାକାଲି (ସୋମବାର) ଠାରୁ ‘ମୋ ନିବେଦନ’ ଜରିଆରେ ଅନଲାଇନ୍‌ ମାଧ୍ୟମରେ କାର୍ୟ୍ୟକାରୀ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଗୁଡିକରେ ଭିଡିଓ-କନଫ୍ରେସିଂ ଦ୍ଵାରା ଯୋଗାଯୋଗ କରାଯାଇପାରିବ ଜନସାଧାରଣ ସିଧାସଳଖ ଭାବେ ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନିଜ ଅଭିଯୋଗ ଜଣାଇପାରିବେ । ଏହାର ଆଶୁ ଫଇସଲା ମଧ୍ୟ କାର୍ଯ୍ୟାନୁଷ୍ଠାନ ଦିଗରେ ବିହିତପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.

2 + 6 =