oom

ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

କଳାହାଣ୍ଡି, (ପି. କେ. ସାହୁ) : ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଶୁର୍ଲାଠାରେ ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା ଆନୁକୂଲ୍ୟରେ ‘ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ’ କାର୍ୟ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ସମୀର କୁମାର ମହାପାତ୍ର (ଅଧ୍ୟାପକ, ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁଳାପଡା), ମୁଖ୍ୟ ବକ୍ତା ଭାବେ ସରୋଜ କୁମାର ଜେନା(ଅଧ୍ୟାପକ, ଲାଞ୍ଜିଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଯୋଗ ଦେଇ ଭାଷା, ସାହିତ୍ୟର ସୁରକ୍ଷା ଏବଂ ବିକାଶ ଦିଗରେ ମାଟିଲଗ୍ନା ସାହିତ୍ୟ ସଂସଦର ଭୂମିକା ସହିତ ସମସ୍ତଙ୍କ ଦାୟିତ୍ବ, କର୍ତ୍ତବ୍ୟ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ମାଟିଲଗ୍ନା ସାହିତ୍ୟ ସଂସଦର ସଂଯୋଜକ କିଶୋର ଚନ୍ଦ୍ର ତ୍ରିପାଠୀ ଏବଂ ତେରେସିଂହା କଲେଜର ଅଧ୍ୟକ୍ଷା ଲିପସାମୟୀ ଦୁବେ ତଥା କୁଶୁର୍ଲା କଲେଜର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ(ମେଧା ସଂଯୋଜକ, କଳାହାଣ୍ଡି ଜିଲ୍ଲା) ଉପସ୍ଥିତ ଥିଲେ । ଧ୍ରୁବ ଚରଣ ସାହୁ, ଅଧ୍ୟାପକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା ଲିଖନ, ବକ୍ତୃତା ପ୍ରତିଯୋଗିତା ଆୟୋଜନ କରି ପୁରସ୍କୃତ କରାଯାଇଥିଲା ।

jittmm
Leave A Reply

Your email address will not be published.