csstore

ତୁରେକେଲା କ୍ଳଷ୍ଟରରେ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ କେନ୍ଦ୍ରର ଅଷ୍ଟମ ମାସିକ ବୈଠକ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ତୁରେକେଲା ନୋଡ଼ାଲ ଅଧିକାରୀ ଜ୍ଞାନେନ୍ଦ୍ର ମଲ୍ଲିକଙ୍କ ମାର୍ଗ ଦର୍ଶନରେ ତୁରେକେଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଏଗାର ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକଙ୍କ ଉପସ୍ଥିତିରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ବୈଠକକୁ ପରିଚାଳନା କରିଥିଲେ । ଏହି ବୈଠକରେ ଶିକ୍ଷକ ପ୍ରଦୀପ କୁମାର ମେହେର ସଂଖାଜ୍ଞାନ ଓ ଶିକ୍ଷକ ମାନସ ରଞ୍ଜନ ଜାଲ ଭାଷାଜ୍ଞାନ ଉପରେ ଆଦର୍ଶ ଶିକ୍ଷାଦାନ ଦେଇଥିଲେ । ତା’ପରେ ଚଳିତ ମାସର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା । ଏହି ବୈଠକରେ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ଡାଳିମ୍ବ ମେହେର, କୁନି ସାହୁ, ସୁଭଦ୍ରା ମେହେର, ବିନୋଦିନୀ ତାଣ୍ଡି, ସୁଦୀପ୍ତା ଜେନା, ନିବେଦିତା ବାରିକ, ଶିକ୍ଷକ ରବୀନ୍ଦ୍ର ରଥ, ସୁରୁମଣି ମେହେର, ଦେବ ବଗର୍ତ୍ତୀ, ପୀତାମ୍ବର ଲୁହା, ପ୍ରଫୁଲ୍ଲ ମାଝୀ, ଗୋପାଳ ଧରୁଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.