pakka

ମନିଷ ଅନୁରାଗଙ୍କ ସ୍ମୃତିରେ ସାରା ଓଡିଶା ଫାଉଣ୍ଡେସନ ତରଫରୁ ତିନିଦିନ ବ୍ୟାପି ଶିଶୁମେଳା ଉଦଘାଟିତ

bbehera

ରେଢାଖୋଲ, (କେପିଏନ୍‌ଏସ୍‌) : ମନିଷ ଅନୁରାଗ (ଗୁଡ୍ଡୁ) ଙ୍କ ସ୍ମୃତିରେ ସାରା ଓଡିଶା ଫାଉଣ୍ଡେସନ ତରଫରୁ ଆଜିଠୁ ତିନିଦିନିଆ ଶିଶୁମେଳା ରେଢାଖୋଲର ସବୁଠୁ ପୁରୁଣା ୧୯୪୭ରେ ସ୍ଥାପିତ ଗୌର ଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି । ଏହି ମେଳାର ଉଦ୍ଦେଶ୍ୟ ହେଲା ମନିଷ ଅନୁରାଗଙ୍କ ସ୍ୱଳ୍ପ ସମୟର କୋରାପୁଟ, ସମ୍ବଲପୁର ଇତ୍ୟାଦି ଅଂଚଳର ଅରଣ୍ୟ ମଣିଷଙ୍କ ସହ ବସବାସ କରିବା ପରେ ସେମାନଙ୍କୁ ନେଇ ସେମାନଙ୍କ ସହ ଦେଖିଥିବା କିଛି ସ୍ୱପ୍ନ, ଯାହା ସେ ଲକ୍‌ଡାଉନ୍‌ ପରେ ଆରମ୍ଭ କରିବାକୁ ଭାବୁଥିଲେ ତାକୁ ମନେ ପକେଇବା । ଶିଶୁମେଳାକୁ ଉଦଘାଟନ କରି ସାରା ଓଡିଶା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ମାନିନୀ ମିଶ୍ର କହିଥିଲେ, ମନିଷ ଭାବୁଥିଲେ ଯେ ଆଦିବାସୀଙ୍କ ପାଖରେ ନିଜକୁ ନିଜେ ବାହି ନେବାକୁ ଖୁବ ଜ୍ଞାନ ଅଛି, ସେମାନେ ନିଜର ସରଳତାରେ, ନିଜର କୌଳିକ ବିଦ୍ୟା ବୁଦ୍ଧିରେ ନିଜ ଜୀବନ ଯାପନ କରିପାରିବେ, ହେଲେ ଆଧୁନିକତା ସହ ତାଳ ଦେଇ ନିଜର ଲିଭିଙ୍ଗ ଷ୍ଟାଣ୍ଡାଡ୍‌ ବଢେଇବାକୁ ହେଲେ, ନିଜ ପୁଅ ଝିଅଙ୍କୁ ଭଲରେ ପାଠ ପଢେଇବାକୁ, ନିଜ ପାଇଁ ସ୍ୱାସ୍ଥ୍ୟକର ପରିବେଷ ତିଆରିବାକୁ ଭଲ ରୋଜଗାରର ବି ଆବଶ୍ୟକତା ରହିଛି । ତେଣୁ ସେ ଖୁବ ଶୀଘ୍ର ଜଙ୍ଗଲ ଭିତରେ ରହୁଥିବା ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ଦ୍ରବ୍ୟ ଓ ସେମାନଙ୍କ ଦ୍ୱାରା ସଂଗ୍ରହ ହେଉଥିବା ବନ ଜାତ ଦ୍ରବ୍ୟ ସବୁର ଉଚିତ ବିଜ୍ଞାପନ ଓ ଅନଲାଇନ ମାର୍କେଟିଙ୍ଗର ଆବଶ୍ୟକତା ରହିଥିବା ବେଳେ ସାରା ଓଡିଶାକୁ ଏକ ପ୍ଲାଟଫର୍ମ କରି ସେଇ ଦିଗରେ ସ୍ୱାଭିମାନୀ ଜଙ୍ଗଲ ମଣିଷଙ୍କୁ ସାହାଯ୍ୟ ହେବ ଭାବୁଥିଲେ । ନିଜ ସରଳତା ପାଇଁ ନିଜ ସାଙ୍ଗମାନଙ୍କ ଦ୍ୱାରା ଠକି ହୋଇ, ଅଦିନରେ ଏ ପୃଥିବୀରୁ ବିଦାୟ ନେଲେ ମନିଷ ଅନୁରାଗ ଆଉ ତାଙ୍କର ଅନେକ ସ୍ୱପ୍ନ ଭିତରେ ଏଇ ଆଦିବାସୀଙ୍କ ପାଇଁ ଦେଖିଥିବା ସ୍ୱପ୍ନ ସବୁ ଅଧୁରା ରହିଗଲା । ସେଇ ସ୍ୱପ୍ନକୁ ନେଇ ମନିଷ ଅନୁରାଗ (ଗୁଡ୍ଡୁ)ଙ୍କ ସ୍ମୃତିରେ ଏହି ଅଞ୍ଚଳର କୋମଳ ମତି ଶିଶୁଙ୍କ ସ୍ୱପ୍ନ । ତେଣୁ ଆଜିର ଚିତ୍ରାଙ୍କନର ବିଷୟ ରହିଥିଲା ନିଜର ସ୍ୱପ୍ନକୁ ଆଙ୍କ ।

ତେବେ ଖୁବ ଆଗ୍ରହର ସହ ବାହାରି ଆସିଥିଲେ ଅନେକ ଛାତ୍ରଛାତ୍ରୀ ନିଜ ସ୍ନପ୍ନକୁ ଆଙ୍କିବାକୁ । ରେଢାଖୋଲ ଜଙ୍ଗଲ ଘେରା ଏକ ଛୋଟ ଗାଁ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କୋ ଏଜ୍ୟୁକେସନ ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ନିଜ ସ୍ୱପ୍ନକୁ ଆଙ୍କିଥିଲେ । ଶିଶୁ ମେଳାରେ ସ୍ଥାନୀୟ ସବ୍‌ ଡିଭିଜନ୍‌ ହସପିଟାଲର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ରାମକୃଷ୍ଣ ପତି ନିଜେ ଉପସ୍ଥିତ ରହିଥିବା ବେଳେ ଉଚ୍ଚ ବିଦ୍ୟା ଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୈଳବାଳା ପ୍ରଧାନ, ଛାତ୍ରଛାତ୍ରୀଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ । ଖେଳ ଶିକ୍ଷକ ସୁକାନ୍ତ କୁମାର ପ୍ରଧାନ ରଙ୍ଗ ତୁଳି ଦେବା ସହ ଶିଶୁଙ୍କୁ ବିଷୟ ବସ୍ତୁର ବିଭିନ୍ନ ଦିଗ ଉପରେ ସମ୍ୟକ ଧାରଣା ଦେଇଥିଲେ । ବିଦ୍ୟାଳୟର ସୁବ୍ରତ ବେହେରା ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ସହେଯାଗ କରିଥିଲେ । ଆଜି ଚିତ୍ର ସବୁ ସାରା ଓଡିଶା ଫାଉଣ୍ଡେସନ ତରଫରୁ ଗଠିତ ଟିମ ଦ୍ୱାରା ମୂଲ୍ୟାଙ୍କନ ହେବ ଓ ଆସନ୍ତା କାଲି ଚିତ୍ରାଙ୍କନ ପ୍ରତିଯୋଗିତାର ଫଳ ଘୋଷଣା ହେବ ।

jay balangir
Leave A Reply

Your email address will not be published.

11 + sixteen =

error: Content is protected !!