jsm

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ଦୀପ ପ୍ରଜ୍ୱଳନ ଓ ବିଭିନ୍ନ ଶ୍ରୀରାମ ମନ୍ଦିର ଏବଂ ହନୁମାନ ମନ୍ଦିରରେ ପୂଜା ମହୋତ୍ସବ

csstore

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ଦୀପ ପ୍ରଜ୍ୱଳନ ସହ ବିଭିନ୍ନ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ଅନେକ ଗାଁ ଲୋକେ ସାମିଲ ହୋଇଥିବା ବେଳେ ପୂଜକ ପୂର୍ଣ୍ଣ ପରାଭୁଏ, ସଭାପତି ଶିବ ପୁଟା, ସମ୍ପାଦକ ବଳରାମ ବାରିକ, କେସିୟ ନୀଳକଣ୍ଠ ରଣା, ରାମ ସେନା ସଦସ୍ୟ ବସନ୍ତ ପଣ୍ଡା, ସମସ୍ତ ଭକ୍ତ ବୃନ୍ଦ ଶ୍ରୀରାମନାମ ସହ ହରେକୃଷ୍ଣ ହରେ ରାମ ଜପ କରିଥିଲେ । ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡିବାହାଲ, ଲର୍କି, ମାନ୍ଦଳା ଗାଁର ସଂକୀର୍ତ୍ତନ ମଣ୍ଡଳୀର ମହିଳା ଓ ପୁରୁଷ ଯୋଗଦେଇଥିଲେ । ଏହି ଉତ୍ସବରେ ପ୍ରାୟ ତିନି ହଜାର ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଶ୍ରୀରାମ ସେନା ଭୋଗ ବଣ୍ଟନ ଓ ଖାଦ୍ୟ ପାନୀୟ ଯୋଗାଇଥିଲେ । ଏହି ଅବସରରେ ହିଆଲ ଗ୍ରାମପଞ୍ଚାୟତ ଅଧିନସ୍ତ ଦାବରି ଗ୍ରାମ ଚନ୍ଦନ ପଡା ପ୍ରହରୀ ମଣ୍ଡପ ସମ୍ମୁଖରେ ମଧ୍ୟ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରି ସୁନ୍ଦର ଭାବେ ଗାଁର ଏସ୍‌ଏଚ୍‌ଜି ମହିଳା ଓ ଗାଁର ଭଦ୍ରବ୍ୟକ୍ତି ଉତ୍ସବ ପାଳନ କରିଥିଲେ । ଦାବରି ଗାଁର ରାମେଶ୍ୱର ନାଗ, ଚନ୍ଦ୍ରମଣି ନିଆଲ, ଭାଗବତ ଗ୍ରୁପ ମହିଳା ରମାକାନ୍ତି ପରାଭୁଏ, ଉଷା ଚନ୍ଦନ, ସୁଶିଳା ଚନ୍ଦନ, ଘୋଷାମଣି ଚନ୍ଦନ, ପଦ୍ମା ଚନ୍ଦନ, ବିଳାଶ ଚନ୍ଦନ, ସତ ଚନ୍ଦନ, ରମା ନାଗ, ଉମା ନିଆଲ, ସନ୍ତୋଷିନି ବାଗ, ଖଇର ନାଗ, ସୂରୁମନି ହାତି, କାଲିମତି ପରାଭୁଏ, ବିମଳେ ପରାଭୁଏଙ୍କ ସହ ଗାଁର ସମସ୍ତ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.