ମଦ ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତ ଦାବୀ କରି ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଦ ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତ ଦାବୀ କରି ଆଜି ବଲାଙ୍ଗିର ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ବିଜେଡ଼ି ସରକାରଙ୍କ ସମର୍ଥନରେ ରାଜ୍ୟରେ ୫ ଶହ କୋଟି ଟଙ୍କାର ମଦ ଦୁର୍ନୀତି ଚାଲିଥିବା ବେଳେ ଏହି ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ବଲାଙ୍ଗିରରେ କେଉଁ ରାଜନେତାଙ୍କ ଛତ୍ରଛାୟାରେ ଏତେ ବଡ଼ ଦୁର୍ନୀତି ଚାଲିଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ସୂଚନାଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖା ପକ୍ଷରୁ ପ୍ରତ୍ୟେକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିରରେ ହୋଇଥିବା ମଦ ଦୁର୍ନୀତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେଉଁମାନେ ଏହି ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି । ଅନ୍ୟପକ୍ଷରେ ବଲାଙ୍ଗିର ଭଳି ଏକ ପଛୁଆ ତଥା ଗରିବ ଜିଲ୍ଲା, ଯାହାର ଦାଦନ ସମସ୍ୟା, ଅନାହାର ମୃତ୍ୟୁ ସମ୍ବାଦପତ୍ରର ସବୁବେଳେ ମୁଖ୍ୟ ପୃଷ୍ଟା ମଣ୍ଡନ କରେ, ସେଭଳି ଜିଲ୍ଲାରେ ଏଭଳି ୫ ଶହ କୋଟି ଟଙ୍କାର ମଦ ଦୁର୍ନୀତି ଅତ୍ୟନ୍ତ ନିନ୍ଦନୀୟ ଘଟଣା ହୋଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛି ବିଜେପି । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଶିବଦତ୍ତ ମିଶ୍ର, ପଙ୍କଜିନୀ ପଣ୍ଡାଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!