pakka

ଛୋରିଆଗଡ ଠାରେ ଏଲ‌ପିଜି ପଞ୍ଚାୟତ ସଭା

bbehera

ଜୁନାଗଡ, (ଦୁଷ୍ମନ୍ତ କୁମାର ନାଏକ) : ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଛୋରିଆଗଡ ପଞ୍ଚାୟତ ସଭା ଗୃହରେ ଗଣପତି ଭାରତ ଗ୍ୟାସ, ଚିଲକପୂର୍ , ମୁଣ୍ଡରାଗୁଡ଼ା ସହଯୋରେ କୋଭିଡ୧୯ ନିୟମ ଅନୁଯାୟୀ ଏଲ‌ପିଜି ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଛି । ମହିଳାମାନେ କିପରି ଗ୍ୟାସ ବ୍ୟବହାର କରି ସୁରକ୍ଷିତ ରହିପାରିବେ ସେ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝା ଯାଇଥିଲା । ଉକ୍ତ ସଭାରେ ସ୍ଥାନୀୟ ସରପଞ୍ଚ ବବିତା ଗୁରୁ ଯୋଗ ଦେଇଥିବା ବେଳେ ଗଣପତି ଭାରତ ଗ୍ୟାସର ଡିଷ୍‌ଷ୍ଟିବ୍ୟୁଟ୍‌ର ପୁରୁଷୋତ୍ତମ ପୁଝାରୀ ଓ ଅଫିସ କର୍ମଚାରୀଙ୍କ ମଧ୍ୟରୁ ଅଜୟ ରାଉତ, ନଥୁ ଲାଲ ଚଣ୍ଡି, ମଣ୍ଟୁ ପ୍ରଧାନୀ, ବିରଞ୍ଚି ପୁଝାରୀ ବିଶେଷ ସହଯୋଗ କରିଥିଲେ । ଛୋରିଆଗଡ ଅଞ୍ଚଳର ଆଶା ଓ ଅଙ୍ଗନବାଡି କର୍ମୀ ସମେତ ୭୦ରୁ ଅଧିକ ମହିଳା ଅଂଶ ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

3 + 12 =

error: Content is protected !!