pr

ତରୁଣ କବି ସୁଜିତ କୁମାର ସତପଥୀଙ୍କ ଚତୁର୍ଥ କବିତା ସଙ୍କଳନ ‘ଛୁଟି ଦେବା ସମୟକୁ’ ଲୋକାର୍ପିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକ ଓଡିଆ କବିତା କ୍ଷେତ୍ରରେ ବାକ୍‌ରୀତିରେ ନୂତନତାର ପୁଟ ଦେଇ କବିତା ରଚନା କରି ଜୀବନର ବହୁମୁଖୀ ଭାବକୁ ସ୍ୱକୀୟ ଭାବରେ ରୂପ ଦେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବାଛି ନେଇଛନ୍ତି କବି ସୁଜିତ କୁମାର ସତପଥୀ । ବାକ୍‌ଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ତାଙ୍କର ଚତୁର୍ଥ କବିତା ସଙ୍କଳନ ‘ଛୁଟି ଦେବା ସମୟକୁ’ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ବାସ ଭବନରେ ଏହି ଲୋକାର୍ପଣ ସମାରୋହରେ ଡ. ସଞ୍ଜୟ ମିଶ୍ର, ଆଲୋଚକ ସନ୍ଦୀପ କୁଅଁର, କବି ଜ୍ୟୋତି ରଞ୍ଜନ ମିଶ୍ର, ସଙ୍ଗଠକ ରଞ୍ଜିତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କବି ସୁଜିତଙ୍କ ଏହି କବିତା ସଙ୍କଳନ ସାମ୍ପ୍ରତିକ ସମୟର ଏକ ବିଶୁଦ୍ଧ ଦଲିଲ୍‌ ବୋଲି ଆଲୋଚନାରେ ମତ ବ୍ୟକ୍ତ କରିଥିଲେ ଡ. ଉଦ୍‌ଗାତା । ପ୍ରକାଶ ଥାଉ କି, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିବାସୀ ତରୁଣ କବି ସୁଜିତ କୁମାର ସତପଥୀଙ୍କର ତିନୋଟି କବିତା ସଙ୍କଳନ ଇଚ୍ଛାଭାଟି, ଚତୁର୍ଥ ପୁରୁଷ ଓ ଶବ୍ଦରେ ଶବ୍ଦରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

nrusinghnath
Leave A Reply

Your email address will not be published.