ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ୧୩୨/୩୩ କେ.ଭି. ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ଼ ସବଷ୍ଟେସନ

  • ଉପଖଣ୍ଡରେ ଉନ୍ନତ ମାନର ବିଦ୍ୟୁତ ସେବା ପାଇବେ ଉପଭୋକ୍ତା- ବିଧାୟକ ପଦ୍ମନାଭ ବେହେରା

ବୀରମହାରାଜପୁର, (କେପିଏନ୍‌ଏସ୍‌) : ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରାଣୀପୁର ଠାରେ ୧୩୧/୩୩ କେ.ଭି. ବୀରମହାରାଜପୁର ଗ୍ରୀଡ଼ ସବଷ୍ଟେସନ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ଜରିଆରେ ସୋମବାର ଦିନ ଲୋକାର୍ପିତ ହୋଇଯାଇଛି । ପ୍ରାୟ ୪୦,୪୮ କୋଟି ଟଙ୍କା ଅର୍ଥ ଅନୁଦାନ ବ୍ୟୟରେ ସ୍ଥାପିତ ଏହି ଗ୍ରୀଡ଼ ସବଷ୍ଟେସନ ଦ୍ୱାରା ବୀରମହାରାଜପୁର, ଉଲୁଣ୍ଡା ଓ ସୁବଳୟା ଅଂଚଳର ୩୯ ହଜାରୁ ଅଧିକ ବିଦ୍ୟୁତ ଉପଭୋକ୍ତା ନିରନ୍ତର ତଥା ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ । ବୀରମହାରାଜପୁର ରାଣୀପୁର ଠାରେ ଅନୁଷ୍ଠିତ ବିଶେଷ ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଅତିଥିଭାବେ ସ୍ଥାନୀୟ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଅଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ସୁପାର ଠେଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ବ୍ଲକ ଅଧ୍ୟକ୍ଷା ବୀରମହାରାଜପୁର ଶ୍ରୀମତୀ ଶାନ୍ତି ଲୁହା, ଓପିଟିସିଏଲ ଇ ଡି ସୁଦିପ୍ତ ସେନ ଗୁପ୍ତା ମଂଚାସୀନ ରହିଥିବା ବେଳେ ଜିଏମ ସନ୍ତୋଷ କୁମାର ବନଛୋର, ଡିଜିଏମ ନିରଞ୍ଜନ ପଣ୍ଡା, ଡିଜିଏମ୍ ପ୍ରଦୀମ କୁମାର ସାହୁ, ଡିଜିଏମ୍ ଧୃବଚରଣ ସାହୁ, ଜିଏମ ମନ ମୋହନ ପଧାନ, ଡିଜିଏମ୍ ରାଜାମଣି ବାରିକ୍, ଏସଡିଓ ସୁଜିତ୍ କୁମାର ଡେଙ୍ଗେରା, ସୌଭାଗ୍ୟ ରଞ୍ଜନ ସାମଲ, ମଙ୍ଗଲ ପ୍ରସାଦ ପୁଝାରୀ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ର କାନ୍ଦି ଦନ୍ତାଙ୍କ ସମେତ ସ୍ଥାନୀୟ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ପଞ୍ଚାୟତସ୍ତରୀୟ ସମସ୍ତ ଜନପ୍ରତିନିଧି, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ, ବିଭିନ୍ନ ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଗ୍ରୀଡ଼ ନିର୍ମାଣ କାର୍ଯ୍ୟକ୍ରମ ୨୦୧୬ରୁ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଏଏସବି ଏନାଦି ସିଷ୍ଟମ ଓ କ୍ରଷ୍ଟକସନ୍ ପ୍ରାଇଭେଟ୍ ଲିମିଟେଡ଼ କାର୍ଯ୍ୟ କରିଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁଗଳ କିଶୋର ମିଶ୍ର ।

Leave A Reply

Your email address will not be published.

four × 4 =