csstore

ଲାଞ୍ଚ କାରବାରକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ତଥା ଲାଞ୍ଚ କାରବାରକୁ ନେଇ ଆଜି ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ଓମ୍‌ପ୍ରକାଶ ମିଶ୍ର, ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ, ରାଜ୍ୟ ସଂଯୋଜକ ନାରାୟଣ କର୍ମୀ, ଆଦିବାସୀ ନେତା ଡମ୍ବରୁଧର କଅଁର, ମଣ୍ତଳ ସଭାପତା ନିରଞ୍ଜନ କର୍ଣ୍ଣ ସମେତ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ । ଓଡିଶା ଷ୍ଟାପ୍ ସିଲେକସନ୍ କମିଟି ଦ୍ୱାରା ଚାକିରି ବିକ୍ରି ପ୍ରସଙ୍ଗ ତଥା ବେକାରୀ ସମସ୍ୟାକୁ ନେଇ ବିଜେପି ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଗିରିଗୋବର୍ଦ୍ଧନ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ କୁଶ ପୁତ୍ତଳିକା ଦାହ କରାଯାଇ ଥିବାବେଳେ ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର ଇସ୍ତଫା ଦେବାକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି ।

jayashree
Leave A Reply

Your email address will not be published.