pakka

ଭୁବନରେ ହେବ କାଶୀ ଉତ୍ସବ

bbehera

ଭୁବନ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ବିଜେପିର ଦିବ୍ୟ କାଶୀ ଏବଂ ଶ୍ରେଷ୍ଠ କାଶୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଜିଲ୍ଲା ସଞ୍ଚାଳନ ସମିତିର ବୈଠକ ସହ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ତଥା ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନାଙ୍କ ଆବାହକତ୍ୱରେ ସମାହିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା
ସଞ୍ଚାଳନ ସମିତି ସଦସ୍ୟ ଏବଂ ୩ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଭୂବନ ବ୍ଳକ ଚେୟାରମେନ ଶତୃଘ୍ନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ସଞ୍ଚାଳନ ସମିତି ସଦସ୍ୟା ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ରୋଜାଲିନ ପାତ୍ର, ଭୁବନ ନଗର ମଣ୍ଡଳ ପଦାଧିକାରୀ ତଥା ଭୁବନ ଏନ୍‌ଏସିର ପୂର୍ବତନ କାଉନସିଲର ମାୟାଧର ଗୁରୁ ସାମ୍ବାଦିକମାନଙ୍କୁ କାର୍ଯ୍ୟକ୍ରମର ରୂପରେଖ ଓ ଲକ୍ଷ ସମ୍ବନ୍ଧରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲାର ମୁଖ୍ୟ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିର, ଭୁବନ ଛତାମଠ ଠାରେ ତା୧୩/୧୨/୨୧ରେ ଅନୁଷ୍ଠିତ ହେବା ସହିତ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମଣ୍ଡଳରେ ଅନୁରୂପ କାର୍ଯ୍ୟକ୍ରମ ତା୧୩/୧୨/୨୧ରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ତା୧୦ ଓ ତା୧୧ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ପ୍ରସ୍ତାବିତ ସ୍ଥାନକୁ ସଫା କରାଯିବ ବୋଲି ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ଜେନା ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ।

jay balangir
Leave A Reply

Your email address will not be published.

twenty − 9 =

error: Content is protected !!