oom

ସୁବର୍ଣ୍ଣପୁର ଜିଲ୍ଲାରେ ପଲ୍‌ସ୍‌ ପୋଲିଓ କାର୍ଯ୍ୟକ୍ରମ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ତା ୩୧/୦୧/୨୧ ଠାରୁ ତା୦୨/୦୨/୨୧ପର୍ୟ୍ୟନ୍ତ ଜନ୍ମରୁ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କାର୍ୟ୍ୟକ୍ରମ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଅନୁଷ୍ଠିତ ହେବ । ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ୟ୍ୟକ୍ରମକୁ ସୁଚାରୁ ଓ ସୁବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ତା ୨୭/୦୧/୨୧ରିଖ ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର କୌଣସି ଯୋଗ୍ୟ ଶିଶୁ ଯେପରି ପୋଲିଓ ବୁନ୍ଦା ଖାଇବାରୁ ବାଦ ନ ପଡନ୍ତି ସେଥିପାଇଁ ଆବଶ୍ୟକ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଜିଲ୍ଲାର ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ ପୁନଶ୍ଚ ଏହି କାର୍ୟ୍ୟକ୍ରମରେ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । କାର୍ୟ୍ୟକ୍ରମକୁ ଜିଲ୍ଲାରେ ଶତପ୍ରତିଶତ ସଫଳ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ମର୍ମରେ ପୋଲିଓ ବୁନ୍ଦା ପ୍ରଦାନ କାର୍ୟ୍ୟକ୍ରମ ପାଇଁ ଆବଶ୍ୟକ ୨୯୯ ବୁଥ୍‌ର ବ୍ୟବସ୍ଥା ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କରାଯାଇଛି । ଜିଲ୍ଲାର ସମୁଦାୟ ୫୨୧୩୫ ଜଣ ଶିଶୁ ହିତାଧିକାରୀଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବାକୁ ଥିବା ବେଳେ କାର୍ୟ୍ୟକ୍ରମକୁ ସୁଚାରୁ ରୂପେସମ୍ପାଦନ କରିବା ନିମନ୍ତେ ୬୩ଜଣଙ୍କୁ ସୁପରଭାଇଜର ଭାବେ କାର୍ୟ୍ୟକ୍ରମ ତଦାରଖ ପାଇଁ ଦାଇତ୍ଵ ଦିଆଯାଇଛି । ସେହିପରି କାର୍ୟ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ନିମନ୍ତେ ୧୭ ଗୋଟି ମୋବାଇଲ ଟିମ୍‌ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଏହି ବୈଠକରେ ପିଡି, ଡିଆରଡିଏ ଡୋଳାମଣି ପଟେଲ, ଉପଜିଲ୍ଲାପାଳ, ସୋନପୁର ନିହାର ରଞ୍ଜନ କଁହର, ସିଡିଏମଓ ଡ଼ଃ ଦିଲୀପ କୁମାର ପଣ୍ଡା, ଏଡିଏମଓ ଡ଼ଃ ପ୍ରଦୀପ କୁମାର ଗୁରୁ, ଡ଼ଃ ନବ କିଶୋର ବେହେରା, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ, କାର୍ୟ୍ୟକ୍ରମରେ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.