csstore

ଏଆଇ ଏବଂ ଆଇଓଟି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ ଏବଂ ଆଇଓଟି ସମ୍ପର୍କିତ ଏକ କର୍ମଶାଳା ସେକ୍ଟର ୨୦ ସ୍ଥିତ ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର କମ୍ପ୍ୟୁଟର ବିଜ୍ଞାନର ପ୍ରାଧ୍ୟାପକ ଡ. ପବିତ୍ର ମୋହନ ଖିଲାର ବିଷୟ ବିଶେଷଜ୍ଞ ଭାବେ ଓ ସହଯୋଗୀ ଭାବେ ନିତେଶ ପାତ୍ର, ନିଶାନ ମାଇତି, ଆଶିଷ କୁମାର ବାରିକ ପ୍ରମୁଖ ଯୋଗଦେଇ ଏଆଇ ଏବଂ ଆଇଓଟି ଉପଯୋଗୀତା ଓ ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ପ୍ରାଧ୍ୟାପକ ଡ. ଖିଲାର ଓ ଟିମ୍ ଦ୍ୱାରା ପ୍ରସ୍ତୁତ ମେସିନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଡାଟା ପ୍ରସ୍ତୁତ ଯନ୍ତ୍ର ସାହାଯ୍ୟରେ ଏହାର ଅନୁଶୀଳନ, ଏହାସହ ଏହାର ଭିତ୍ତିଭୂମି, ଏଲ୍‌ଇଡି ବ୍ଲିକିଂ, ରିଲେ ଟୋଗଲିଂ, ସିରିଅଲ୍ ମନିଟର୍ ଏବଂ ଓଏଲ୍‌ଇଡି ଡିସପ୍ଲେରେ ଡିଏଚ୍‌ଟି ଇଲେଭେନ ତାପମାତ୍ରା ଆର୍ଦ୍ରତା, ଲୋରା ମାଧ୍ୟମରେ ଡାଟା ଟ୍ରାନ୍ସମିସନ୍, ଏଫ୍‌ଏସ୍‌ଓ ଲେଜର ମାଧ୍ୟମରେ ଡାଟା ଟ୍ରାନ୍ସମିସନ୍, ଆଣ୍ଡ୍ରଏଡ୍ ଆପ୍ ମାଧ୍ୟମରେ ବ୍ଲୁଟୁଥ୍ ହୋମ୍ ଅଟୋମେସନ୍, କ୍ଲାଉଡ୍ ପାଣିପାଗ ମନିଟରିଂ ସମ୍ପର୍କରେ ଶିକ୍ଷାଦାନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଶିକ୍ଷାଦାନ କର୍ମଶାଳାରେ ବିଶେଷ କରି ଅଷ୍ଟମ, ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀମାନେ ନିଜର ସନ୍ଦେହ ମୋଚନ ପାଇଁ ବିଭିନ୍ନ ପ୍ରଶ୍ନ ପଚାରି ବିଷୟ ବିଶେଷଜ୍ଞଙ୍କ ପାଖରୁ ତା’ର ସମାଧାନ ପାଇଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଦାସ ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ଅଧିକ ଉପକୃତ ହେବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି, ବିତ୍ତ ପ୍ରବନ୍ଧକ ସୁଚିନ୍ଦ୍ରନ ସେନଗୁପ୍ତ, ବରିଷ୍ଠ ଶିକ୍ଷୟିତ୍ରୀ ମୀନାକ୍ଷୀ ପାଢ଼ୀ, ମନପ୍ରୀତ କୌର, ବିଶାଳ ସୁନାନୀ, ପିଥୋ ମାରାଣ୍ଡି, ବିବେକ, ଦେବଜିତ୍, ଆର୍ଯ୍ୟା ଦିପ୍ତା, ଦିଶା, ଶ୍ରଦ୍ଧାଞ୍ଜଳି, ପୁଷ୍ପାଞ୍ଜଳି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.