jsm

ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଆୟୋଜିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଗତକାଲି ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ୨୦୪୭ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗଦେଇ ବିଜୁଳି ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ସଚେତନ ହେବାକୁ ଆହ୍ୱାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ଅତିତ ଓ ବର୍ତ୍ତମାନ ଯୁଗରେ ଶକ୍ତିର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା, ଦୀନଦୟାଳ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା, ସୌଭାଗ୍ୟ ଯୋଜନା, ଆଦି ଯୋଜନାର ଉପଯୋଗୀତା, ବିଜୁଳି ଶକ୍ତି ସଂରକ୍ଷଣ, ଉପଭୋକ୍ତା ଅଧିକାର, ବୈଦ୍ୟୁତିକ ସୁରକ୍ଷା, ପ୍ରତ୍ୟେକ ଗୃହକୁ ବିଜୁଳି, ପ୍ରିପେଡ ସ୍ମାର୍ଟ ମିଟର, ଭବିଷ୍ୟତ ପାଇଁ ଶକ୍ତି ସଂଚୟ ବିଷୟରେ ପ୍ରଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ସେହିପରି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଜୁଳି ଶକ୍ତି ବ୍ୟବହାର ଓ ସଂରକ୍ଷଣ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଟିପିଡବ୍ଲୁଡିଏଲର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ହୋତା, ଏନଟିପିସିର ଅତିରିକ୍ତ ମହାପ୍ରବନ୍ଧକ ବିଦ୍ୟାଭୂଷଣ ମହାପାତ୍ର, ଓପିଟିସିଏଲ ରାଜମଣୀ ବାରିକ ଅତିଥି ଭାବେ ଯୋଗଦେଇ ଥିଲେ । ସଭାକୁ ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ମିଶ୍ର ସଂଯୋଜନା କରିଥିଲେ ।

yuvodaya
Leave A Reply

Your email address will not be published.