jsm

ମୁହୁରୀ କଳାପରିଷଦ ଅନୁଷ୍ଠାନ ତରଫରୁ ‘ମାଟିର ତାସା’ ବଣ୍ଟନ କାର୍ଯ୍ୟକ୍ରମ

csstore

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ମୁହୁରୀ କଳାପରିଷଦ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାରଙ୍କ ଆବାହନରେ ମାଟିର ତାସା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଲୋକ କଳାକାର ମନୋଜ ବାଗ ଯୋଗ ଦେଇ ତାଙ୍କର ଅଭିଭାଷଣରେ କହିଲେ ଯେ, ବର୍ତ୍ତମାନ ଆଧୁନିକ ବାଦ୍ୟର ପ୍ରଭାବ ଯୋଗୁଁ ଗଁଡାବଜାରେ ବ୍ୟବହାର ହେଉଥିବା ମାଟିର ତାସା ଲୁପ୍ତ ହେବାରେ ଲାଗିଛି । କେମିତି ତାସାର ମୌଳିକତାକୁ ବଜାୟ ରଖିବାରେ ସାହାଯ୍ୟ ହେବ ତାହା କହିଥିଲେ । ଗଁଡାବଜା ଗବେଷକ ଭେଲାରାମ କୁମ୍ଭାର କହିଲେ ଯେ, ବର୍ତ୍ତମାନ କିଛି ବର୍ଷ ମଧ୍ୟରେ ସିନ୍ଥେଟିକ ତାସା ବା ଫାଇବର ତାସା ବହୁ ସଂଖ୍ୟାରେ ବ୍ୟବହାର ହେଉଛି । ଢୋଲ, ନିସାନ, ମୁହୁରୀର ସ୍ୱରକୁ ଫାଇବର ତାସା ଖରାପ କରିଦେଉଛି । ଏଣୁ ସେ ଚିନ୍ତା କରି ମାଟିର ତାସା (ତେଲେନ) ଗଁଡାବଜନିଆଁ ମାନଙ୍କୁ ନିଜ ଇଚ୍ଛାରେ ବଣ୍ଟନ କରିଛନ୍ତି । ଏହି ବଣ୍ଟନ ଉତ୍ସବରେ ୧୨ ଗୋଟି ଗ୍ରାମର କଳାକାରମାନେ ଯୋଗ ଦେଇଥିଲେ । ସିନ୍ଦୂର ନାଗ, ରାଜୁ ତାଣ୍ଡି, ଗିରିଧାରୀ କୁମ୍ଭାର, ମନବୋଧ ଶିକା, ବିଶାମିତ୍ର କୁମ୍ଭାର, ନୀରନ୍ତ ନାଗ, ଅଭିମନ୍ୟୁ ଦୀପ, ବିଶ୍ଵନାଥ କୁମ୍ଭାର, କଳାକୃଷ୍ଣ ମହାନନ୍ଦ, ସୁଶୀଲ ରାଏ, ଯାପାନ ନାଗ, କିରଟି କୁମ୍ଭାର, ଧନେଶ୍ଵର ବାଗ ଏବଂ ସଭା ଶେଷରେ ଉପସଭାପତି ମୁରଲୀ ଶିକା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.