jayashree

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର : ଘଟଣାର ପର୍ଦ୍ଦାଫାଶ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ସାଇବର ଠକେଇ ଟଙ୍କା କାରବାରରେ ବ୍ୟବହୃତ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଚଲାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ଚାରି ଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଥାନାରେ ମାମଲା ରୁଜୁ ପରେ ତଦନ୍ତ ବେଳେ ଏହି ଗ୍ୟାଙ୍ଗର ଠକେଇ ସାମ୍ରାଜ୍ୟ ସାମ୍ନାକୁ ଆସିଛି । ଯୁବରାଜ ଦୀପ, ପ୍ରସନ୍ନ କୁମାର ନାଗ, ସନି ବାର୍ଭେ ଓ ପ୍ରକାଶ ଶର୍ମାଙ୍କୁ ପୋଲିସ ଚିହ୍ନଟ କରିଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରାୟ ୩୫ ଲକ୍ଷ ଟଙ୍କାର ସନ୍ଦେହଜନକ କାରବାର ଠାବ ହୋଇଛି । ଡିଜିଟାଲ ଆରେଷ୍ଟ, OLX, APK ଫାଇଲ୍ ଏବଂ ଇନଭେଷ୍ଟମେଣ୍ଟ ଫ୍ରଡ୍ ଭଳି ସାଇବର ଠକେଇର ଟଙ୍କା ଏହି ଆକାଉଣ୍ଟରେ ଜମା ହୋଇଥିଲା । ଜାଲିଆତି କରି ବ୍ୟାଙ୍କ ଆକାଉଣ୍ଟ, ସିମ୍ ଓ ବ୍ୟାଙ୍କିଂ ତଥ୍ୟ ଯୋଗାଡ଼ କରୁଥିଲେ ଅଭିଯୁକ୍ତ । ପୋଲିସ ୫ଟି ମୋବାଇଲ୍, ୨୨ଟି ଚେକ୍‌ବୁକ୍, ୨୫ଟି ପାସ୍‌ବୁକ୍ ଓ ୧୦ଟି ଡେବିଟ୍ କାର୍ଡ ଜବତ କରିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି । ଯାହାକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀରେ ବଲାଙ୍ଗିର ସଦର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.